ନୂଆଦିଲ୍ଲୀ : ଦେଶର ଦୂରସଂଚାର ନିୟାମକ ଟ୍ରାଇ ପକ୍ଷରୁ ଟେଲିକମ୍ ଅପରେଟରମାନଙ୍କୁ ଏକ ଗୁରୁତ୍ବପୂର୍ଣ୍ଣ ନିର୍ଦ୍ଦେଶ ଦିଆଯାଇଛି । ଅପରେଟରମାନେ ଅତି କମରେ ଗୋଟିଏ ୩୦ ଦିନିଆ ପ୍ଲାନ ରଖନ୍ତୁ ବୋଲି ଟ୍ରାଇ ନିର୍ଦ୍ଦେଶ ଦେଇଛି । ଏହାର ଅର୍ଥ ହେଉଛି ଗ୍ରାହକମାନେ ମାସର ଗୋଟିଏ ତାରିଖରେ ରିଚାର୍ଜ କରିପାରିବେ ।

Advertisment

ଏବେ ଟେଲିକମ ଅପରେଟରମାନେ ମୁଖ୍ୟତଃ ଏକ ମାସ ପାଇଁ ୨୮ ଦିନିଆ, ୨ ମାସ ପାଇଁ ୫୬ ଦିନିଆ ଓ ୩ ମାସ ପାଇଁ ୮୪ ଦିନିଆ ପ୍ୟାକ ରଖୁଛନ୍ତି । ଅର୍ଥାତ ଆପଣ ଯଦି ମାସର ଏକ ତାରିଖରେ ରିଚାର୍ଜ କରିଛନ୍ତି, ତେବେ ଆପଣଙ୍କୁ ୨୯ ତାରିଖରେ ରିଚାର୍ଜ କରିବାକୁ ପଡ଼ିବ । କିନ୍ତୁ ନୂଆ ନିୟମ ଅନୁସାରେ ଆପଣ ଯଦି ୧ ତାରିଖରେ ରିଚାର୍ଜ କରିଛନ୍ତି ତେବେ ଆପଣଙ୍କୁ ପରବର୍ତ୍ତିମାସ ୧ ତାରିଖରେ ହିଁ ରିଚାର୍ଜ କରିବାକୁ ପଡ଼ିବ । ଏହି ନୂଆ ନିୟମଦ୍ବାରା ଗ୍ରାହକମାନେ ଉପକୃତ ହେବାର ସମ୍ଭାବନା ରହିଛି ।

ଟ୍ରାଇ ନିଜ ଆଦେଶରେ କହିଛନ୍ତି ଯେ, ପ୍ରତି ଟେଲିକମ ଅପରେଟର ୩୦ ଦିନିଆ ଭାଲିଡିଟି ଥିବା ଅତି କମରେ ଗୋଟିଏ ପ୍ଲାନ ଭାଉଚର, ଗୋଟିଏ ସ୍ପେଶାଲ ତାରିଫ ଭାଉଚର ଓ ଗୋଟିଏ କମ୍ବୋ ଭାଉଚର ଉପଲବ୍ଧ କରିବେ, ଯେପରିକି, ଏସବୁ ପ୍ୟାକ ଗୁଡ଼ିକ  ମାସର ସମାନ ତାରିଖରେ ହିଁ ରିଚାର୍ଜ କରିହେବ ।