ଏଣିକି ଲୋକଙ୍କ ବିନା ଅନୁମତିରେ ମାର୍କେଟିଂ କଲ କରିବା ମନା, ଟ୍ରାଇର ନୂଆ ନିୟମ

ନୂଆଦିଲ୍ଲୀ:  ଏଥର ଆପଣଙ୍କ ବିନା ଅନୁମତିରେ କୌଣସି ରିଅଲ ଇଷ୍ଟେଟ ସଂସ୍ଥା, ବୀମା କମ୍ପାନି କିମ୍ବା କୌଣସି କ୍ରେଡିଟ କାର୍ଡ କମ୍ପାନି  ଆପଣଙ୍କୁ ଫୋନ କରି ବିରକ୍ତ କରିପାରିବ ନାହିଁ ।  ଭାରତୀୟ ଟେଲିକମ ନିୟାମକ ଟ୍ରାଇ ଏ ନେଇ କଠୋର କଟକଣା ଲାଗୁ କରିଛି ।  ନୂଆ ନିୟମ ଅନୁସାରେ  ଏଣିକି ଟେଲିମାର୍କେଟିଂ କଲ ପାଇଁ ଉପଭୋକ୍ତାଙ୍କ ଅନୁମତି ନେବାକୁ ହେବ । ପୁଣି ମାର୍କେଟିଂ କଲ ଗୁଡ଼ିକ କେବଳ ପଂଜୀକୃତ ଟେଲିମାର୍କେଟିଂ ସଂସ୍ଥାମାନଙ୍କ ମାଧ୍ୟମରେ କରାଯାଇପାରିବ । ପୂର୍ବରୁ ଟେଲିକମାର୍କେଟିଂ କମ୍ପାନିମାନଙ୍କୁ ନିୟନ୍ତ୍ରଣ କରିବାକୁ କେତେକ ନିୟମ ପ୍ରଣୟନ କରାଯାଇଥିଲେ ମଧ୍ୟ ଧୀରେ ସେଗୁଡ଼ିକ ପ୍ରଭାବହୀନ ହୋଇପଡିଛି । ପୂର୍ବରୁ ଯଦି କୌଣସି ଉପଭୋକ୍ତା ଟେଲିକମାର୍କେଟିଂ କଲ ତାହୁଁନଥିଲେ ତାଙ୍କୁ ‘ଡୁ ନଟ୍‌ କଲ ରେଡିଷ୍ଟ୍ରି’ ରେ ପଂଜୀକରଣ କରିବାକୁ ହେଉଥିଲା । କିନ୍ତୁ ଧୀରେ ଧୀରେ ଏବେ ତାହାକୁ ମଧ୍ୟ କମ୍ପାନିମାନେ ମାନୁନାହାନ୍ତି । ନୂଆ ନିୟମ ଅନୁସାରେ ଅପରେଟରମାନେ କଷ୍ଟମର ପ୍ରିଫରେନ୍ସ ରେଜିଷ୍ଟ୍ରେସନ ଫାସିଲିଟି (ସିପିଆରଏଫ) ସ୍ଥାପନ କରି ଗ୍ରାହକଙ୍କ ଅନୁମତି ଗ୍ରହଣ ପ୍ରକ୍ରିୟାକୁ ସୁଗମ କରିବେ । ଏହି ନିୟମ ଉଲ୍ଲଙ୍ଘନ କଲେ ୧ ହଜାରରୁ ୫୦ ଲକ୍ଷ ଟଙ୍କା ପର୍ଯ୍ୟନ୍ତ ଜୋରିମନାର ବ୍ୟବସ୍ଥା ରହିଛି ।

ସମ୍ବନ୍ଧିତ ଖବର