ଶକ୍ତିଶାଳୀ ବାଇକ୍ ପ୍ରତି ଯୁବପିଢ଼ିଙ୍କୁ ଆକୃଷ୍ଟ କରିବା ପାଇଁ ଅଟୋମୋବାଇଲ୍ କଂପାନିଗୁଡ଼ିକ ପ୍ରଚାରର ନୂଆ ଟ୍ରେଣ୍ଡ୍ ଆରମ୍ଭ କରିଛନ୍ତି। ସେମାନେ ପ୍ରଫେସନାଲ୍ ଷ୍ଟଣ୍ଟ୍ ପ୍ରଦର୍ଶନକାରୀଙ୍କ ଜରିଆରେ ବିଭିନ୍ନ ସହରରେ ଷ୍ଟଣ୍ଟ୍ ସୋ’ ଆୟୋଜନ କରୁଛନ୍ତି। ଯାହାକୁ ଦେଖିବା ପାଇଁ ଲୋକମାନେ ଭିଡ଼ ଜମାଉଛନ୍ତି ଏବଂ ବାଇକ୍ର ପ୍ରଚାର ଆପେ ହୋଇଯାଉଛି। ନିକଟରେ କେଟିଏମ୍ ପକ୍ଷରୁ ସମ୍ବଲପୁର ଏବଂ ରାଉରକେଲାରେ ସେଭଳି ଷ୍ଟଣ୍ଟ୍ ସୋ’ ଆୟୋଜନ କରାଯାଇଛି। ସମ୍ବଲପୁରର ଦୁର୍ଗା ମଙ୍ଗଳମ୍ ପ୍ୟାଲେସ୍ ଏବଂ ରାଉରକେଲାର ଭିଏସ୍ଏସ୍ ମାର୍କେଟ୍ଠାରେ ଏହି ଷ୍ଟଣ୍ଟ୍ ସୋ’ ଆୟୋଜନ କରାଯାଇଥିଲା। ସେଠାରେ ତାଲିମପ୍ରାପ୍ତ ଷ୍ଟଣ୍ଟ୍ ପ୍ରଦର୍ଶନକାରୀମାନେ ସମସ୍ତ ସୁରକ୍ଷା ବ୍ୟବସ୍ଥା ସହିତ କେଟିଏମ୍ ବାଇକ୍ଗୁଡ଼ିକରେ ଆକର୍ଷଣୀୟ ଷ୍ଟଣ୍ଟ୍ ପ୍ରଦର୍ଶନ କରିଥିଲେ। କେଟିଏମ୍ ପକ୍ଷରୁ ରାଜ୍ୟର ପ୍ରମୁଖ ସହରଗୁଡ଼ିକରେ ଏଭଳି ଷ୍ଟଣ୍ଟ୍ ସୋ’ ଆୟୋଜନ କରାଯାଉଛି। ଏହା ଗ୍ରାହକମାନଙ୍କ ମନରେ ଆଲୋଡ଼ନ ସୃଷ୍ଟି କରିପାରୁଛି ବୋଲି କଂପାନିର ଅମିତ ନନ୍ଦୀ କହିଛନ୍ତି।
ନୂଆ ଟ୍ରେଣ୍ଡ୍ ଶକ୍ତିଶାଳୀ ବାଇକ୍ ପାଇଁ ଷ୍ଟଣ୍ଟ୍ ସୋ’
/sambad/media/post_attachments/wp-content/uploads/2018/01/ktm.jpg)
Advertisment
Sambad is now on WhatsApp
Join and get latest news updates delivered to you via WhatsApp
/sambad/media/agency_attachments/2024-07-24t043029592z-sambad-original.webp)