ଓଡ଼ିଶା ବଜାରରେ ଜେକେ ଟାୟାର ପକ୍ଷରୁ ନୂଆ ଜେଟଷ୍ଟିଲ ଟାୟାର

ଭୁବନେଶ୍ୱର: ଭାରତର ପ୍ରମୁଖ ଟାୟାର କଂପାନି ତଥା ଟ୍ରକ୍ ଓ ବସ୍ ରାଡିଆଲ୍ ଟାୟାର କ୍ଷେତ୍ରର ଅଗ୍ରଣୀ ସଂସ୍ଥା ଜେକେ ଟାୟାର ଆଣ୍ଡ୍ ଇଣ୍ଡଷ୍ଟ୍ରିଜ୍ ଲିମିଟେଡ୍ ପକ୍ଷରୁ ଓଡ଼ିଶାରେ ଦୁଇ ନୂଆ କମର୍ସିଆଲ୍ ଯାନ ଟାୟାର ଜେଟଷ୍ଟିଲ ଜେଡିଏଚ ଏକ୍ସଏମ୍ ଓ ଜେଟଓ୍ବେ ଜେୟୁସି ଏକ୍ସଏମ୍’କୁ ଉନ୍ମୋଚନ କରାଯାଇଛି । ଗ୍ରାହକମାନଙ୍କ ଉଦୀୟମାନ ଆବଶ୍ୟକତା ପୂରଣ କରିବା ଲାଗି ବଜାରକୁ ସଦ୍ୟତମ ଉତ୍ପାଦ ଆଣିବାର ପ୍ରତିବଦ୍ଧତା ଅନୁସାରେ ଏହି ନୂଆ ଉତ୍ପାଦ ଉନ୍ମୋଚନ କରାଯାଇଛି ।

ବଜାରରେ ଅଲ୍-ହ୍ୱିଲ୍ ଫିଟମେଣ୍ଟ  ଟୟାରର ବୃଦ୍ଧି ପାଉଥିବା ଚାହିଦାକୁ ପୂରଣ କରିବା ସହ ଦୀର୍ଘସ୍ଥାୟୀ ଟାୟାର ଜୀବନକୁ ନେଇ ଗ୍ରାହକମାନଙ୍କ ରହିଥିବା ଅଭିଳାଷକୁ ପୂରଣ କରିବା ଲାଗି କଂପାନି ପକ୍ଷରୁ ପରବର୍ତୀ ପିଢ଼ିର ସେମି ଲଗ୍ ଟାୟାର ଜେଟ୍ୱେ ଜେୟୁସି ଏକ୍ସଏମ୍କୁ ଉନ୍ମୋଚନ କରାଯାଇଛି । ଇଭେନ୍-ଓୟାର ଚରିତ୍ର ଥିବା ଜେଟୱେ ଜେୟୁସି ଏକ୍ସଏମ୍ ଏକ ପ୍ରିମିୟମ୍ ଟାୟାର ଜୀବନ ପ୍ରଦାନ କରିବା ଲାଗି ସ୍ୱତନ୍ତ୍ର ଭାବେ ପ୍ରସ୍ତୁତ କରାଯାଇଛି ଯାହା ଉତ୍ତମ ଇନ୍ଧନ ମିତବ୍ୟୟିତାକୁ ନିଶ୍ଚିତ କରିବ, ତେଣୁ ଟ୍ରକ୍ ମାଲିକଙ୍କ ମାଲିକାନା ଖର୍ଚ୍ଚ ହ୍ରାସ ପାଇବ ।

ଜେକେ ଟାୟାର ଆଣ୍ଡ୍ ଇଣ୍ଡଷ୍ଟ୍ରିଜ୍ ଲିମିଟେଡ୍ର ସଭାପତି (ଭାରତ)  ଅନୁଜ କାଠୁରିଆ କହିଛନ୍ତି ଯେ, “କଂପାନିର ଅଭିବୃଦ୍ଧି ଓ ପ୍ରଗତିରେ ଗୁରୁତ୍ୱପୂର୍ଣ୍ଣ ଭୂମିକା ନିର୍ବାହ କରୁଥିବାରୁ ଓଡ଼ିଶା ହେଉଛି ଜେକେ ଟାୟାର ପାଇଁ ଏକ ଗୁରୁତ୍ୱପୂର୍ଣ୍ଣ ବଜାର । ବଜାର କାର୍ଯ୍ୟକଳାପ ବୃଦ୍ଧି ପାଇବା ଓ ବଜାର ଚାହିଦା ବଢ଼ୁଥିବାରୁ ଏହାର ଗ୍ରାହକମାନଙ୍କୁ ସମର୍ଥନ ପ୍ରଦାନ କରିବା ଲାଗି କଂପାନି ନୂଆ ଉତ୍ପାଦ ଆଣୁଛି ଓ ଦେଶର ଅର୍ଥନୈତିକ ଅଭିବୃଦ୍ଧିକୁ ଆଗକୁ ବଢ଼ାଉଛି ।

ସମ୍ବନ୍ଧିତ ଖବର