କ୍ୟାପିଟାଲ ଟୟୋଟାରେ ନୂଆ ଅର୍ବାନ କ୍ରୁଜର ‘ହାଇରାଇଡର୍‌’

ଭୁବନେଶ୍ବର: ଟୟୋଟା କି‌‌ର୍ଲୋସ୍କର ମୋଟରର ନୂଆ ହାଇବ୍ରିଡ୍ ଏସ୍‌ୟୁଭି ଅର୍ବାନ କ୍ରୁଜର ହାଇରାଇଡର୍‌କୁ ଭୁବନେଶ୍ବର ମଞ୍ଚେଶ୍ବର ଶିଳ୍ପାଞ୍ଚଳ ସ୍ଥିତ କ୍ୟାପିଟାଲ ଟୟୋଟାରେ ଆଜି ପ୍ରଦର୍ଶିତ କରାଯାଇଛି। ଏହି ଅବସରରେ କ୍ୟାପିଟାଲ ଟୟୋଟାର ଏମ୍‌ଡି ସତୀଶ ଗର୍ଗ, ସାଧାରଣ ପରିଚାଳକ ଚମ୍ପକ କୁମାର ଦାସ ଏବଂ ବିକ୍ରି ପ୍ରବନ୍ଧକ ସୁଶାନ୍ତ କୁମାର ସାହୁ ଉପସ୍ଥିତ ଥିଲେ। ଗ୍ରାହକମାନେ ଏହାକୁ ୨୫ ହଜାର ଟଙ୍କା ଦେଇ ବୁକ୍‌ କରିପାରିବେ।

ନଲାଇନରେ(https://www.toyotabharat.com/online-booking/) କିମ୍ବା ନିକଟତମ ସୋରୁମକୁ ଯାଇ ଗାଡ଼ି ବୁକ୍‌ କରିହେବ। ଟୟୋଟା ହାଇରାଇଡରରେ ଅନେକ ନୂଆ ସୁବିଧା ଉପଲବ୍ଧ । ୭ଟି ଆକର୍ଷଣୀୟ ମନୋଟୋନ ଏବଂ ୪ଟି ଡୁଆଲ ଟୋନ୍‌ ରଙ୍ଗରେ ଏହି ଗାଡ଼ି ଆସିବ। ଗାଡ଼ିର ଲମ୍ବ ୪୩୬୫ ମିଲିମିଟର, ପ୍ରସ୍ଥ ୧୭୯୫ ମିଲିମିଟର ଏବଂ ଉଚ୍ଚତା ୧୬୩୫ ମିଲିମିଟର ରହିଛି। ପାନୋରାମିକ ସନରୁଫ, ହେଡ-ଅପ-ଡିସପ୍ଲେ ଏବଂ ୩୬୦ ଡିଗ୍ରିର କ୍ୟାମେରା ରହିଥିବାରୁ ଗାଡ଼ି ଚାଳନାର ଉତ୍ତମ ଅନୁଭୂତି ଏଥିରେ ମିଳିବ। ୱେରଲେସ ଚାର୍ଜିଂ, ୬ଟି ଏୟାରବ୍ୟାଗ, ଇଲେକ୍ଟ୍ରିକ ବ୍ରେକ ଫୋର୍ସ ସହିତ ଏବିଏସ, କ୍ରୁଜ କଣ୍ଟ୍ରୋଲ, ଭେଇକିଲ ଷ୍ଟାବିଲିଟି କଣ୍ଟ୍ରୋଲ, ପଛ ଥ୍ରୀ ପଏଣ୍ଟ ସିଟବେଲ୍‌ଟ ଏବଂ ଅଲ୍ ହ୍ବିଲ ଡିସ୍କ ବ୍ରେକ ଆଦି ସୁବିଧା ଏଥିରେ ରହିଛି। ଡୁଆଲ୍ ପାୱାର ସୋର୍ସ ରହିଥିବାରୁ ଏଥିରେ ଲିଟର ପିଛା ୨୭.୯୭ କିମିର ମାଇଲେଜ ମିଳିବ, ଯାହାକି ଉକ୍ତ ଶ୍ରେଣୀର ଗାଡ଼ି ମଧ୍ୟରେ ସର୍ବାଧିକ ବୋଲି କମ୍ପାନି ପକ୍ଷରୁ କୁହାଯାଇଛି ।

ସମ୍ବନ୍ଧିତ ଖବର