ମାରୁତିର ବିଏସ୍‌-୬ ଇଞ୍ଜିନ ନୂଆ ଭିଟାରା ବ୍ରିଜା ଉନ୍ମୋଚନ

ଭୁବନେଶ୍ବର: ମାରୁତି ସୁଜୁକି ପକ୍ଷରୁ ବିଏସ୍‌-୬ ଇଞ୍ଜିନ ବ୍ୟବହାର କରାଯାଇଥିବା ନୂଆ ଭିଟାରା ବ୍ରିଜାକୁ ଉନ୍ମୋଚନ କରାଯାଇଛି। ଏହାର ଏକ୍ସ ସୋ’ରୁମ୍ ଦାମ୍ ୭ ଲକ୍ଷ ୩୪ ହଜାର ଟଙ୍କାରୁ ଆରମ୍ଭ ହୋଇଛି। ତିନିଟି ଆକର୍ଷଣୀୟ ରଙ୍ଗରେ ଏହା ଉପଲବ୍ଧ ହେଉଛି। ଏଥିରେ ୧.୫ ଲିଟର କେ-ସିରିଜ୍ ବିଏସ୍‌-୬ ପେଟ୍ରୋଲ୍ ଇଞ୍ଜିନ ବ୍ୟବହାର କରାଯାଇଛି। ଏହା ୫ ସ୍ପିଡ୍ ମାନୁଆଲ୍ ଟ୍ରାନ୍ସମିସନ ଓ ସ୍ମାର୍ଟ ହାଇବ୍ରିଡ୍ ସହିତ ଅଟୋମେଟିକ୍ ଟ୍ରାନ୍ସମିସନ୍ ଭଳି ବିକଳ୍ପରେ ଉପଲବ୍ଧ ହୋଇଛି। ଏହାକୁ କଂପାନିର ଏମ୍‌ଡି ଓ ସିଇଓ କେନିଚି ଆୟୁକାମା ଉନ୍ମୋଚନ କରିଛନ୍ତି।

ସମ୍ବନ୍ଧିତ ଖବର