ଶୀଘ୍ର ରେଳ ଟିକଟ ବୁକିଙ୍ଗ ପାଇଁ ଆସିବ ଉନ୍ନତ ଆପ୍‌, ଓ୍ଵବସାଇଟ୍‌

ନୂଆଦିଲ୍ଲୀ: ଇଣ୍ଡିଆନ୍‌ ରେଲେଓ୍ଵ କ୍ୟାଟରିଂ ଆଣ୍ଡ ଟୁରିଜିମ୍‌ କର୍ପୋରେସନ୍‌ (ଆଇଆରସିଟିସି) ପକ୍ଷରୁ ଖୁବ୍‌ଶୀଘ୍ର ଉନ୍ନତ େଓ୍ଵବସାଇଟ୍‌ ଏବଂ ଆଣ୍ଡ୍ରଏଡ୍‌ ମୋବାଇଲ୍‌ ଆପ୍‌କୁ ଉନ୍ମୋଚନ କରାଯିବ। ଏହି ଦୁଇ ବ୍ୟବସ୍ଥା ଜରିଆରେ ଶୀଘ୍ର ରେଳ ଟିକଟ ବୁକିଙ୍ଗ ହୋଇପାରିବ। ନୂଆ େଓ୍ଵବସାଇଟ୍‌ ଯାତ୍ରୀଙ୍କ ପାଇଁ ସୁବିଧାଜନକ ରହିବ। ଏଥିରେ ଶୀଘ୍ର ଲଗ୍‌ ଇନ୍‌ ହୋଇପାରିବ। ଯାତ୍ରୀମାନେ ସହଜରେ ଏବଂ ସୁବିଧାରେ େଓ୍ଵବସାଇଟ୍‌ର ବିଭିନ୍ନ କ୍ଷେତ୍ର ପରିଦର୍ଶନ କରିପାରିବେ। ଟିକଟ ବୁକିଙ୍ଗ ବେଳେ ଟାଇମ୍‌ ଆଉଟ୍‌ ଭଳି ସମସ୍ୟା ସାମ୍ନା କରିବାକୁ ପଡ଼ିବ ନାହିଁ। ରେଳବାଇ ଏହି ନୂଆ େଓ୍ଵବସାଇଟ୍‌ ଏବଂ ଆପ୍‌ ଜରିଆରେ ବ୍ୟବସାୟର ବଡ଼ ଭାଗ ହାସଲ କରିବାକୁ ଲକ୍ଷ୍ୟ ରଖିଛି। ଯାତ୍ରୀମାନେ ଅନ୍ୟ ସଂସ୍ଥାର ଆପ୍‌ କିମ୍ବା େଓ୍ଵବସାଇଟ୍‌ ଜରିଆରେ ରେଳ ଟିକଟ ବୁକିଙ୍ଗ କରିବା ବଦଳରେ ଆଇଆର୍‌ସିଟିସିକୁ ଯେଭଳି ଅଧିକ ପସନ୍ଦ କରିବେ ସେଥିପାଇଁ ବ୍ୟବସ୍ଥା କରାଯାଉଛି। ତତ୍କାଳ ବ୍ୟବସ୍ଥାର ଅପବ୍ୟବହାର ରୋକିବାକୁ ନୂତନ ବୈଶିଷ୍ଟ୍ୟ ଅଣାଯାଇଛି। ଯାତ୍ରୀମାନେ ଟିକଟ ବୁକିଙ୍ଗ କରିବା ସମୟରେ କନ୍‌ଫର୍ମ ଟିକଟକୁ ଦେଖିପାରିବେ। ସେମାନଙ୍କ ପାଇଁ ତାରିଖ ଚୟନ କରିବାର ବ୍ୟବସ୍ଥା ମଧ୍ୟ ରହିବ। ଯାତ୍ରୀମାନଙ୍କୁ ରିଅଲ ଟାଇମ୍‌ ଭିତ୍ତିରେ ଟ୍ରେନ୍‌ର ଆଗମନ ଏବଂ ପ୍ରସ୍ଥାନ ବିଷୟରେ ଏସ୍‌ଏମଏସ୍‌ ଆଲର୍ଟ ଜରିଆରେ ସୂଚନା ପ୍ରଦାନ କରିବା ଉପରେ ମଧ୍ୟ ରେଳବାଇ ଗୁରୁତ୍ୱ ସହିତ କାମ କରୁଛି। ଟ୍ରେନରେ ଯାତ୍ରା କରୁଥିବା ଯାତ୍ରୀଙ୍କୁ ମଧ୍ୟ କୌଣସି ପ୍ରକାର ବିଳମ୍ବ, ବିଳମ୍ବର କାରଣ ଏବଂ ପରବର୍ତି ଷ୍ଟେସନ କିମ୍ବା ଗନ୍ତବ୍ୟ ସ୍ଥଳରେ ଟ୍ରେନ୍‌ରେ କେତେବେଳେ ପହଞ୍ଚିବ, ସେ ବିଷୟରେ ମଧ୍ୟ ଏସ୍‌ଏମ୍‌ଏସ୍‌ ଜରିଆରେ ସୂଚନା ପ୍ରଦାନ କରିବାକୁ ଯୋଜନା ପ୍ରସ୍ତୁତ କରାଯାଇଛି। ଉପଗ୍ରହକୂ ବ୍ୟବହାର କରି ଟ୍ରେନ୍‌ର ବାସ୍ତବ ସ୍ଥିତି ବିଷୟରେ ଯାତ୍ରୀମାନଙ୍କୁ ସୂଚନା ପ୍ରଦାନ କରିବା ପାଇଁ ଭାରତୀୟ ଉପଗ୍ରହ ଗବେଷଣା ସଂସ୍ଥାନ (ଇସ୍ରୋ)ର ସାହାଯ୍ୟ ନିଆଯାଇଛି। ଏବେ ପ୍ରଚଳିତ ବ୍ୟବସ୍ଥା ଅନଯାୟ ଟ୍ରେନ୍‌ର ସ୍ଥିତି ବିଷୟରେ ଷ୍ଟେସନର ଅଧିକାରୀମାନେ ତଥ୍ୟ ପ୍ରଦାନ କରୁଛନ୍ତି।

ସମ୍ବନ୍ଧିତ ଖବର