ବେଙ୍ଗାଲୁରୁ: ବିଶିଷ୍ଟ ଫେସନ ଡିଜାଇନର ତରୁଣ ତାହିଲିଆନିଙ୍କ ସହିତ ତନିସ୍କର ସବ୍‌-ବ୍ରାଣ୍ଡ୍‌ ରିଭା ସ୍ବତନ୍ତ୍ର ସହଯୋଗିତା ସ୍ଥାପନ କରିଛି। ତାଙ୍କ ସହ ମିଶି କଂପାନି ପକ୍ଷରୁ ‘ରିଭା ଏକ୍ସ ତରୁଣ ତାହିଲିଆନି’କୁ ଉପସ୍ଥାପନ କରାଯାଇଛି। ଏହି ଅଳଙ୍କାର ସମ୍ଭାର ହେଉଛି ଅସୀମ ଫ୍ୟାବ୍ରିକ୍‌ ଓ ସମସାମୟିକ ଏମ୍ବ୍ରୋଡୋରିର ମିଶ୍ରଣରେ ପ୍ରସ୍ତୁତ କରାଯାଇଥିବା ଏକ ସ୍ବତନ୍ତ୍ର ବିବାହ ଗହଣା ସମ୍ଭାର। ଚିକନକରି, କସିଦା, ଜାର୍ଦୋସି ଭଳି ପ୍ରମୁଖ ଏମ୍ବ୍ରୋଡୋରି ସହିତ ହୀରାକୁ ବ୍ୟବହାର କରି ନବବଧୂମାନଙ୍କ ଲାଗି ଏହି ଗହଣା ସମ୍ଭାର ପ୍ରସ୍ତୁତ କରାଯାଇଛି। ପ୍ରତିଟି ଗହଣାରେ ତାହିଲିଆନିଙ୍କ ଭାବ ପ୍ରତିଫଳିତ ହୋଇଛି। ଏହି ଗହଣା ଉଭୟ ଆରାମ ଓ ଷ୍ଟାଇଲ ପ୍ରଦାନ କରିବ ଏବଂ ବିବାହର ବିଭିନ୍ନ କାର୍ଯ୍ୟକ୍ରମ ଲାଗି ସମ୍ଭାରରେ ସ୍ବତନ୍ତ୍ର ଗହଣା ସବୁ ରହିଛି।

Advertisment

ନୂଆ ଅଳଙ୍କାର ସମ୍ଭାର ବିଷୟରେ କଂପାନିର ସିଇଓ ଅଜୟ ଚାୱଲା କହିଛନ୍ତି ଯେ ଫେସନ ଡିଜାଇନର ତରୁଣ ତାହିଲିଆନିଙ୍କ ସହ ମିଶି ଏହି ଗହଣା ସମ୍ଭାରକୁ ତନିସ୍କ ଗର୍ବର ସହିତ ଉପସ୍ଥାପନ କରୁଛି। ପ୍ରାଚୀନ ପରମ୍ପରା ଓ ଆଧୁନିକ ଯୁଗର ପ୍ରତିଫଳନ ଏହି ଗହଣାଗୁଡ଼ିକରେ ରହିଛି ବୋଲି ସେ କହିଛନ୍ତି। ଗହଣାଗୁଡ଼ିକ ଉତ୍କୃଷ୍ଟ କାରିଗରୀ ଓ ଆଧୁନିକ ଚମତ୍କାର ପ୍ରତିଫଳନ ବୋଲି କଂପାନିର ଚିଫ୍‌ ଡିଜାଇନ୍ ଅଫିସର ରେବତୀ କାନ୍ତ କହିଛନ୍ତି। ରିଭା ବାଏ ତନିସ୍କ ସହ ସହଯୋଗିତାରେ ଅଳଙ୍କାର ପ୍ରସ୍ତୁତ ହୋଇଥିବାରୁ ତରୁଣ ତାହିଲିଆନି ଖୁସି ବ୍ୟକ୍ତ କରିଛନ୍ତି।