ନୂଆଦିଲ୍ଲୀ: ପ୍ରବାସୀଙ୍କ ବସବାସ ଲାଗି ଆମେରିକାର ନ୍ୟୁୟର୍କ ସବୁଠୁ ମହଙ୍ଗା ସହର ଭାବେ ଉଭା ହୋଇଛି। ପୂର୍ବରୁ ଏହି ମୁକୁଟ ହଂକଂ ପାଖରେ ଥିଲା। ସିଙ୍ଗାପୁରରେ ଘର ଭଡ଼ା ଆକାଶଛୁଆଁ ସ୍ତରରେ ପହଞ୍ଚିଥିବାରୁ ଏହା ଏହି ତାଲିକାର ଶୀର୍ଷ ୫ ସହର ମଧ୍ୟରେ ସ୍ଥାନ ପାଇଛି। ତାଲିକାରେ ଜେନେଭା ଓ ଲଣ୍ଡନ ଯଥାକ୍ରମେ ତୃତୀୟ ଓ ଚତୁର୍ଥ ସ୍ଥାନରେ ରହିଛନ୍ତି। ଏହି ତାଲିକାରେ ଦୁବାଇ, ସାନ୍ ଫ୍ରାନ୍ସିସ୍କୋ, ଜୁରିକ୍, ତେଲ୍ ଆଭିଭ୍, ସିଓଲ, ଟୋକିଓ, ବର୍ଣ୍ଣ, ସାଂଘାଇ, ଗୁଆଙ୍ଗଝୁ, ସେନ୍ଜେନ୍, ବେଜିଂ, କୋପେନହାଜେନ, ଆବୁଧାବି ଓ ଚିକାଗୋ ଆଦିର ନାମ ରହିଛି। ସେହିପରି, ଭାରତରେ ମୁମ୍ବାଇ ହେଉଛି ସବୁଠୁ ମହଙ୍ଗା ସହର। ଏହା ପଛକୁ ରହିଛି ଦିଲ୍ଲୀ ଓ ବେଙ୍ଗାଲୁରୁ। ମୁମ୍ବାଇ ତୁଳନାରେ ଚେନ୍ନାଇ, ହାଇଦ୍ରାବାଦ, କୋଲକାତା ଓ ପୁନେରେ ଭଡ଼ା ୫୦% କମ୍ ରହିଛି।