ନ୍ୟୁୟର୍କରେ ସର୍ବବୃହତ୍ ସ୍ବର୍ଣ୍ଣ ମୁଦ୍ରା ପ୍ରଦର୍ଶିତ

ନ୍ୟୁୟର୍କ: ନୁୟର୍କଠାରେ ବିଶ୍ବର ସର୍ବବୃହତ୍ ସ୍ବର୍ଣ୍ଣ ମୁଦ୍ରାର ପ୍ରଦର୍ଶନ କରାଯାଇଛି। ୩୨ ଇଞ୍ଚର ବ୍ୟାସ ଏବଂ ୫ ଇଞ୍ଚର ମୋଟେଇ ବିଶିଷ୍ଟ ଏହି ସ୍ବର୍ଣ୍ଣ ମୁଦ୍ରାର ଓଜନ ୧ ଟନ୍। ୨୪ କ୍ୟାରେଟ୍ ବିଶିଷ୍ଟ ଏହି ସୁନା ଗିନିଜ ବୁକ୍‌ ଅଫ୍ ୱାର୍ଲଡ ରେକର୍ଡସରେ ସ୍ଥାନ ପାଇସାରିଛି। ଅଷ୍ଟ୍ରେଲିଆର ପର୍ଥ ମିଣ୍ଟ ପକ୍ଷରୁ ଏହି ମୁଦ୍ରା ପ୍ରସ୍ତୁତ ହୋଇଛି। ଏହି ମୁଦ୍ରାର ଓଜନ ପ୍ରାୟ ୧ ଟନ୍। ନ୍ୟୁୟର୍କ ଷ୍ଟକ ଏକ୍ସଚେଞ୍ଜରେ ଗତ ମଙ୍ଗଳବାର ପର୍ଥ ମିଣ୍ଟ ଫିଜିକାଲ ଗୋଲ୍ଡ ଇଟିଏଫର ଉନ୍ମୋଚନ ଅବସରରେ ଗୋଟିଏ ଦିନ ପାଇଁ ଏହି ବିଶାଳକାୟ ସ୍ବର୍ଣ୍ଣ ମୁଦ୍ରାର ପ୍ରଦର୍ଶନ କରାଯାଇଥିଲା। ଏହାର ମୂଲ୍ୟ ୪୫ ନିୟୁତ ଆମେରିକୀୟ ଡଲାର ବା ଭାରତୀୟ ମୁଦ୍ରାରେ ପ୍ରାୟ ୩୧୫ କୋଟି ଟଙ୍କା ହେବ।

ସମ୍ବନ୍ଧିତ ଖବର