‘ସିସ୍କା’ର ନୂଆ ଏଲ୍‌ଇଡି ବଲ୍‌ବ

ଭୁବନେଶ୍ୱର: ସିସ୍କା ଏଲଇଡି ବଲ୍‌ବ ପ୍ରାଇଭେଟ ଲିମିଟେଡ୍‌ ଏବଂ ଆଦିତ୍ୟ ଇନଫୋ ସର୍ଭିସେସ୍‌ ପ୍ରାଇଭେଟ ଲିମିଟେଡ୍‌ ପକ୍ଷରୁ କର୍ପୋରେଟ୍‌ ସାମାଜିକ ଦାୟିତ୍ୱବୋଧ(ସିଏସ୍‌ଆର) ଅଂଶ ସ୍ୱରୂପ ଉପଭୋକ୍ତାମାନଙ୍କୁ ୧ କୋଟି ଏଲ୍‌ଇଡି ବଲ୍‌ବ ପ୍ରଦାନ କରିବାକୁ ଘୋଷଣା କରାଯାଇଛି। ଗ୍ରାହକମାନେ ୯ ଓ୍ଵାଟ୍‌ର ଏଲ୍‌ଇଡି ବଲ୍‌ବ ୮୫ ଟଙ୍କାରେ ପାଇବେ। ଏ ବିଷୟରେ ଘୋଷଣା କରି ସିସ୍କାର ନିର୍ଦେଶକ ରାଜେଶ ଉତ୍ତମଚନ୍ଦାନି କହିଛନ୍ତି ଯେ ଶକ୍ତି ସଂରକ୍ଷଣକାରୀ ଏଲ୍‌ଇଡି ବଲ୍‌ବ ଉତ୍ପାଦନ ଉପରେ କଂପାନି ଗୁରୁତ୍ୱ ଦେଉଛି ଏବଂ ଏହି ଏଲ୍‌ଇଡିଗୁଡ଼ିକ ଯେଭଳି ସମାଜର ସବୁ ବର୍ଗ ପାଖରେ ପହଞ୍ଚିପାରିବ ସେ ଦିଗରେ କଂପାନି ପଦକ୍ଷେପ ଗ୍ରହଣ କରୁଛି। ପୁନେର ଆଦିତ୍ୟ ଇନଫୋ ସର୍ଭିସେସ ଏବଂ ଶିବ ଶକ୍ତି ଇନ୍‌ଫୋଲାଇନ ପ୍ରାଇଭେଟ ଲିମିଟେଡ ସହଯୋଗରେ ଓଡ଼ିଶାରେ ୯ ଓ୍ଵାଟ୍‌ର ସିସକା ଏଲଇଡି ବଲବ ବଣ୍ଟନ କରାଯିବ। ଏହା ଉପରେ ୨ ବର୍ଷର ଓ୍ଵାରେଣ୍ଟି ମଧ୍ୟ ରହିଛି । ଉପଭୋକ୍ତାମାନେ ଏହି ବଲବକୁ ରାଜ୍ୟରେ ଥିବା ସମସ୍ତ କିଓକ୍ସ ଏବଂ ସାଧାରଣ ସେବା କେନ୍ଦ୍ର, ନିକଟସ୍ଥ ମୋବାଇଲ ଦୋକାନ, ମୋବାଇଲ ରିଚାର୍ଜ ଦୋକାନ ମାନଙ୍କରୁ କିଣିପାରିବେ ।

 

ସମ୍ବନ୍ଧିତ ଖବର