ନୂଆଦିଲ୍ଲୀ: ହରିଦ୍ବାର ସ୍ଥିତ ପତଞ୍ଜଳି ବିଶ୍ବବିଦ୍ୟାଳୟର ନବନିର୍ମିତ ଭବନର ଲୋକାର୍ପଣ କେନ୍ଦ୍ର ଗୃହ ମନ୍ତ୍ରୀ ଅମିତ ଶାହ ଆଜି ସଂଧ୍ୟାରେ କରିଛନ୍ତି। ଏହି ଅବସରରେ ସେ ବିଶ୍ବବିଦ୍ୟାଳୟ ପରିଦର୍ଶନ କରିବା ସହ ଋଷିଗ୍ରାମରେ ବିଗତ ନଅ ଦିନରୁ ଜାରି ରହିଥିବା ଚତୁର୍ବେଦୀୟ ଯଜ୍ଞରେ ସାମିଲ ହୋଇଥିଲେ। ଯୋଗ ଭବନରେ ଉପସ୍ଥିତ ୧୦ ହଜାରରୁ ଅଧିକ ଶ୍ରୋତାଙ୍କୁ ସମ୍ବୋଧିତ କରି ଶ୍ରୀ ଶାହ କହିଥିଲେ ପତଞ୍ଜଳି ଯୋଗଧର୍ମ, ଆୟୁର୍ବେଦ ଧର୍ମ, ସ୍ବଦେଶୀ ଧର୍ମ ସହିତ ଶିକ୍ଷା ଧର୍ମକୁ ଯୋଡ଼ି ପ୍ରତିବଦ୍ଧତାର ସହ କାର୍ଯ୍ୟ କରୁଛି। ଯୋଗ, ଆୟୁର୍ବେଦ ଏବଂ ସ୍ବଦେଶୀ କ୍ଷେତ୍ରକୁ ବିଗତ ୨୫ ବର୍ଷର ମହତ୍ବପୂର୍ଣ୍ଣ ଯୋଗଦାନ ସହିତ ଦେଶରେ ବୈଦିକ ଶିକ୍ଷାକୁ ପୁନର୍ଜୀବିତ କରିବାରେ ସ୍ବାମୀ ରାମଦେବଙ୍କ ପ୍ରୟାସ ପ୍ରଶଂସନୀୟ ବୋଲି ସେ କହିଥିଲେ। ଆଚାର୍ଯ୍ୟ ବାଳକୃଷ୍ଣଙ୍କ ଅବଦାନକୁ ଉଲ୍ଲେଖ କରି ଶ୍ରୀ ଶାହ କହିଥିଲେ ଆୟୁର୍ବେଦରେ ୫୦୦ରୁ ଅଧିକ ଗବେଷଣା ନିବନ୍ଧ ପ୍ରକାଶିତ କରିବା ସବୁଠାରୁ ବଡ ଉପଲବ୍ଧି। ଭାରତୀୟ ଶିକ୍ଷା ବୋର୍ଡ ଓ ପତଞ୍ଜଳି ବିଶ୍ବବିଦ୍ୟାଳୟ ଜରିଆରେ ଶିକ୍ଷାର ସ୍ବଦେଶୀକରଣ କାର୍ଯ୍ୟ ଆରମ୍ଭ ହେବ ବୋଲି କାର୍ଯ୍ୟକ୍ରମରେ ଯୋଗଦେଇ ଶ୍ରୀ ରାମଦେବ କହିଥିଲେ। କାର୍ଯ୍ୟକ୍ରମରେ ଉତ୍ତରାଖଣ୍ଡ ମୁଖ୍ୟମନ୍ତ୍ରୀ ପୁଷ୍କର ସିଂହ ଧାମୀ, ଶିକ୍ଷାମନ୍ତ୍ରୀ ଧନୀସିଂହ ରାୱତ, ପୂର୍ବତନ କେନ୍ଦ୍ର ଶିକ୍ଷା ମନ୍ତ୍ରୀ ଡଃ ରମେଶ ପୋଖରିଆଲ ନିଶଙ୍କ, ଭାରତୀୟ ଶିକ୍ଷା ବୋର୍ଡର କାର୍ଯ୍ୟକାରୀ ଅଧ୍ୟକ୍ଷ ଏନ.ପି.ସିଂହ ଏବଂ ଅନ୍ୟ ବିଶିଷ୍ଟ ବ୍ୟକ୍ତିମାନେ ଉପସ୍ଥିତ ଥିଲେ।
ପତଞ୍ଜଳି ବିଶ୍ବବିଦ୍ୟାଳୟର ନବନିର୍ମିତ ଭବନ ଉଦ୍ଘାଟିତ
/sambad/media/post_attachments/wp-content/uploads/2023/03/g4j6465jgjgjdgjd.jpg)
Advertisment
Sambad is now on WhatsApp
Join and get latest news updates delivered to you via WhatsApp
/sambad/media/agency_attachments/2024-07-24t043029592z-sambad-original.webp)