ଖୁବ୍‌ଶୀଘ୍ର ଭାରତ ବଜାରରେ ପ୍ରବେଶ କରିବାକୁ ଯାଉଛି ବାଜାଜ କ୍ୱୁଟ କାର। ଏହାର ଦାମ୍‌ ଅଟୋ ରିକ୍ସା ଠାରୁ ମଧ୍ୟ କମ୍‌!

ନୂଆଦିଲ୍ଲୀ : ଯେବେଠାରୁ ବାଜାଜ କ୍ୟୁଟକୁ ପରିବହନ ମନ୍ତ୍ରଣାଳୟ ତରଫରୁ ମଞ୍ଜୁରି ମିଳିଛି ସେବେଠାରୁ ଗ୍ରାହକ ମାନେ ଏହାକୁ କିଣିବା ପାଇଁ ଅପେକ୍ଷାକରି ବସିଛନ୍ତି। ଖୁବ ଶୀଘ୍ର ଏହାକୁ ଭାରତରେ ଲଞ୍ଚ ହେବାକୁ ଯାଉଛି। ପରିବହନ ମନ୍ତ୍ରଣାଳୟ ଏହି ବାଜାଜ କ୍ୱୁଟକୁ ଚାରି ଚକିଆ ଜାନ ମଧ୍ୟରେ ସ୍ଥାନ ଦେଇଛନ୍ତି। ତେବେ କୁହାଯାଉଛି ଭାରତରେ ତିଆରି କରାଯାଇଥିବା ଏହି ଯାନଟିକୁ ଚଳିତ ମାସ ଶେଷ ସୁଦ୍ଧା ଭାରତରେ ଲଞ୍ଚ କରିଦିଆଯିବ।

ଯଦି ଆମେ ଏହି ଗାଡିର ଇଞ୍ଜିନ ବିଷୟରେ କହିବା ତେବେ ବାଜାଜ କ୍ୱୁଟଟିରେ ୨୧୬.୬ ସିସିର ସିଂଗଲ ସିଲିଣ୍ଡର ଫ୍ୟୁଲ ଇଞ୍ଜେକ୍ଟର ଯୁକ୍ତ ଇଞ୍ଜିନ ପାଇବେ। ଏଥିସହିତ ୧୩ ବିଏଚପି ପାୱାର ଏବଂ ୨୦ଏନଏମ ରହିଛି। ଏଥିରେ ୫ ସ୍ପିଡ ସିକ୍ୱେନ୍‌ସଲ ଗିୟରବକ୍ସ ସହିତ ଏହାର ସ୍ପିଡ୍‌ ୭୦ କିଲୋମିଟର ପ୍ରତି ଘଣ୍ଟା ରହିବ। ଏଥିରେ ୪ ଜଣ ବ୍ୟକ୍ତି ଖୁବ ଆରାମରେ ବସି ଯାତ୍ରା କରିପାରିବେ। ମିଡିଆ ରିପୋର୍ଟ ମୁତାବକ ଏହାର ମାଇଲେଜ ଲିଟର ପିଛା ୩୫ କିଲୋମିଟର ରହିବ।

ଯେତେବେଳେ ଟାଟା ନାନୋ ମାର୍କେଟକୁ ଆସିଲା ସେତେବେଳେ ଛୋଟ କାର କିଣିବାକୁ ଇଚ୍ଛୁକ ଲୋକମାନଙ୍କ ପାଇଁ ଏକ ପ୍ରକାର ରାସ୍ତା ଖୋଲିଯାଇଥିଲା। କିନ୍ତୁ ଏବେ ବଜାରରେ ଟାଟା ନାନୋକୁ ବନ୍ଦ କରିଦେବା ଫଳରେ ଲୋକମାନଙ୍କ ଆଶା ଏବେ ବାଜାଜ କ୍ୱୁଟ ଉପରେ ରହିଛି। ଏହାର ଦାମ ୧.୫ ଲକ୍ଷ ଟଙ୍କା ରହିବ ବୋଲି ଆଶା କରାଯାଉଛି। ଯଦି ଏହାର ଦାମ ୧.୫ ଲକ୍ଷ ରୁହେ ତେବେ ମାରୁତି ଅଲ୍‌ଟୋ ୮୦୦ ଏବଂ ରେଡି-ଗୋର ବିକ୍ରି ଉପରେ କିଛି ମାତ୍ରାରେ ପ୍ରଭାବ ପଡିବ ବୋଲି ଅନୁମାନ କରାଯାଉଛି।

ସମ୍ବନ୍ଧିତ ଖବର