ଏବେ ଅଧିକ ସୁବିଧାସୁଯୋଗ ଥିବା ବଡ଼ ଲାଇଫ୍ଷ୍ଟାଇଲ୍ ରିଅଲ ଇଷ୍ଟେଟ୍ ପ୍ରକଳ୍ପ ଘୋଷଣା ହେଉଛି। ସେହି ବର୍ଗ ପ୍ରତି ଗ୍ରାହକଙ୍କ ଆଗ୍ରହ ବଢ଼ିଛି। ସେଥିପାଇଁ ନୂଆ ପ୍ରକଳ୍ପଗୁଡ଼ିକରେ ୩ ବିଏଚ୍କେ କିମ୍ବା ତା’ଠାରୁ ବଡ଼ ଫ୍ଲାଟ୍ ଅଧିକ ରହୁଛି। ବର୍ତ୍ତମାନ ଏହି ଧାରା ଚାଲିଛି। ଗ୍ରାହକମାନଙ୍କ ଆଗ୍ରହ ରହିବା ପର୍ଯ୍ୟନ୍ତ ଏହି ଧାରା ବଜାୟ ରହିବ। ଦେଶର ଅନ୍ୟ ସହରଗୁଡ଼ିକ ତୁଳନାରେ ଭୁବନେଶ୍ବରର ରିଅଲ ଇଷ୍ଟେଟ୍ ଶିଳ୍ପ ଅପେକ୍ଷାକୃତ ଭଲ ସ୍ଥିତିରେ ରହିଛି। ଲୋକମାନେ ବଡ଼ ଘର କିଣିବାକୁ ଚାହୁଥିବାରୁ ସେମାନଙ୍କ ଆବଶ୍ୟକତା ପୂରଣ କରିବା ଲାଗି କଂପାନିଗୁଡ଼ିକ ବଡ଼ ଫ୍ଲାଟ୍ ତିଆରି କରୁଛନ୍ତି। ପୂର୍ବରୁ ବେତନଭୋଗୀମାନେ ଅଧିକ ଫ୍ଲାଟ୍ କିଣୁଥିଲେ। ଏବେ ବିକ୍ରି ହେଉଥିବା ୩୦-୪୦ ପ୍ରତିଶତ ଫ୍ଲାଟ୍ ବ୍ୟବସାୟ ଜଗତର ଲୋକମାନେ କିଣୁଥିବା ବେଳେ ଚାର୍ଟାର୍ଡ ଆକାଉଣ୍ଟାଣ୍ଟ୍ ଭଳି ପେସାଦାରମାନେ ୨୦ ପ୍ରତିଶତ, ପ୍ରବାସୀ ଓଡ଼ିଆମାନେ ୧୦ ପ୍ରତିଶତ ଓ ଅବଶିଷ୍ଟ ଫ୍ଲାଟ୍ଗୁଡ଼ିକୁ ବେତନଭୋଗୀମାନେ କିଣୁଛନ୍ତି।
ଶକ୍ତିସ୍ବରୂପ ମିଶ୍ର
ସିଇଓ, କ୍ୟାପ୍ଡିଲ୍