ଶ୍ରୀନିବାସନ କେ ସ୍ବାମୀ ହେଉନ୍ତି ଆର୍‌ କେ ସ୍ବାମୀ ହନ୍‌ସା ଗ୍ରୁପ୍‌ର କାର୍ଯ୍ୟନିର୍ବାହୀ ଅଧ୍ୟକ୍ଷ। ତାଙ୍କ ଗ୍ରୁପ୍ ଅଧୀନରେ ଆର୍‌ କେ ସ୍ବାମୀ ଲିମିଟେଡ୍‌, ହନ୍‌ସା ଭିଜନ୍, ହନ୍‌ସା ରିସର୍ଚ୍ଚ, ହନ୍‌ସା କଷ୍ଟମର ଇକ୍ବିଟି ଆଣ୍ଡ ହନ୍‌ସା ଇଷ୍ଟେଟ୍‌ସ ଭଳି ସଂସ୍ଥା ରହିଛି। ତାଙ୍କ କମ୍ପାନିଗୁଡ଼ିକ ବିଜ୍ଞାପନ, ବଜାର ଗବେଷଣା, ଆଡ୍‌ଭାନ୍‌ସଡ୍‌ ମାର୍କେଟିଂ ଆନାଲିଟିକ୍ସ, ଇଣ୍ଟରଆକ୍ଟିଭ୍ ଡିଜାଇନ୍ ଆଣ୍ଡ୍‌ ସର୍ଚ୍ଚ ଇଞ୍ଜିନ ମାର୍କେଟିଂ, ମିଡିଆ ପ୍ଲାନିଂ ଆଣ୍ଡ ବାଇଂ, ମ‌ାର୍କେଟିଂ ସେବା, ସାମାଜିକ ଓ ଗ୍ରାମୀଣ କ୍ଷେତ୍ର ଯୋଗାଯୋଗ, ସ୍ବାସ୍ଥ୍ୟସେବା ଯୋଗାଯୋଗ, ଜନ ସମ୍ପର୍କ, ନିରନ୍ତର ଭେଷଜ ଶିକ୍ଷା ଓ ରିଅଲ ଇଷ୍ଟେଟ୍ ବିକାଶ କ୍ଷେତ୍ରରେ କାର୍ଯ୍ୟ କରୁଛି। କମ୍ପାନିରେ ୨୦୦୦ରୁ ଅଧିକ ଲୋକ କାମ କରୁଥିବା ବେଳେ ଏହାର କାରବାର ୧୦୦ ନିୟୁତ ଡଲାରରୁ ଅଧିକ ରହିଛି।

Advertisment

ଶ୍ରୀ ସ୍ବାମୀ ବର୍ତ୍ତମାନ ଏସିଆନ୍ ଫେଡେରେସନ୍ ଅଫ୍‌ ଆଡଭର୍ଟାଇଜିଂ ଆସୋସିଏସନ୍ସ ଏବଂ ଅଡିଟ୍ ବ୍ୟୁରୋ ଅଫ୍‌ ସର୍କୁଲେସନର ଅଧ୍ୟକ୍ଷ ଅଛନ୍ତି। ପୂର୍ବରୁ ‌ସେ ଆନ୍ତର୍ଜାତିକ ବିଜ୍ଞାପନ ସଂଘ (ଆଇଏଏ) ଆଇଏଏ ଭାରତ ଚାପ୍ଟର, କନ୍‌ଫେଡେରେସନ୍ ଅଫ୍‌ ଏସିଆନ୍ ଆଡଭର୍ଟାଇଜିଂ ଏଜେନ୍ସି ଆସୋସିଏସନ୍ସ, ଭାରତୀୟ ବିଜ୍ଞାପନ ଏଜେନ୍ସି ସଂଘ, ଭାରତୀୟ ବିଜ୍ଞାପନ ମାନକ ପରିଷଦ, ସର୍ବ ଭାରତୀୟ ମ୍ୟାନେଜମେଣ୍ଟ ସଂଘ, ମାଡ୍ରାସ ଚାମ୍ବର ଅଫ୍‌ କମର୍ସ ଆଣ୍ଡ ଇଣ୍ଡଷ୍ଟ୍ରି ଏବଂ ମାଡ୍ରାସ ମ୍ୟାନେଜମେଣ୍ଟ ସଂଘ ଆଦିର ଅଧ୍ୟକ୍ଷ/ ସଭାପତି ଭାବେ ଦାୟିତ୍ବ ନିର୍ବାହ କରିଛନ୍ତି। କର୍ତ୍ତବ୍ୟ ପ୍ରତି ଉଲ୍ଲେଖନୀୟ ଅବଦାନ ପାଇଁ ତାଙ୍କୁ ଅନେକ ପୁରସ୍କାର ମିଳିଛି ଯେଉଁଥିରେ ଭାରତୀୟ ବିଜ୍ଞାପନ ଏଜେନ୍ସି ସଂଘ ତରଫରୁ ଜୀବନବ୍ୟାପୀ ସାଧନା ପୁରସ୍କାର ସମେତ ବହୁ ପୁରସ୍କାର ସାମିଲ ରହିଛି। ଦେଶବିଦେଶର ବିଭିନ୍ନ କାର୍ଯ୍ୟକ୍ରମରେ ସେ ପୁରସ୍କୃତ ହୋଇଛନ୍ତି। ସାମାଜିକ କଲ୍ୟାଣମୂଳକ କାର୍ଯ୍ୟକ୍ଷେତ୍ରରେ ମଧ୍ୟ ସେ ଗଭୀର ଭାବେ ଜଡ଼ିତ ରହିଛନ୍ତି।