ଭୁବନେଶ୍ବର: କଟକର ଟ୍ରାଇବ୍ ଡିଲାଇଟ୍ ହେଉ କିମ୍ବା ବାଲେଶ୍ବରର ଓଡ଼ିଶା ରବର୍ ପ୍ରଡକ୍ଟସ୍। ନିଯୁକ୍ତି ସୁଯୋଗ ସୃଷ୍ଟି କରିବାଠାରୁ ଆରମ୍ଭ କରି ଓଡ଼ିଶାର ଅର୍ଥନୀତିକୁ ଆଗକୁ ବଢ଼ାଇବା ପର୍ଯ୍ୟନ୍ତ, ଏଭଳି ସଂସ୍ଥାଗୁଡ଼ିକର ଗୁରୁତ୍ବପୂର୍ଣ୍ଣ ଯୋଗଦାନ ରହିଛି। ସେମାନେ କରୁଥିବା ମହତ୍ କାର୍ଯ୍ୟକୁ ଯେଭଳି ସ୍ବୀକୃତି ମିଳିବା କଥା ତାହା ମିଳୁନଥିଲା। ରାଜ୍ୟର ଏକ ନମ୍ବର ସମ୍ବାଦପତ୍ର ‘ସମ୍ବାଦ’ ଆରମ୍ଭ କରିଥିବା ଏହାର ମହତ୍ବକାଂକ୍ଷୀ ‘ସମ୍ବାଦ କର୍ପୋରେଟ୍ ଏକ୍ସଲେନ୍ସ ଆୱାର୍ଡସ୍: ବ୍ରାଣ୍ଡ୍ସ ଅଫ୍ ଓଡ଼ିଶା, ପ୍ରାଇଡ୍ ଅଫ୍ ଇଣ୍ଡିଆ’ ଅଭିଯାନ ଏଭଳି ଅନେକ ଉଦ୍ୟୋଗ ଓ ବ୍ରାଣ୍ଡ୍ର ସଫଳ କାହାଣୀକୁ ସମ୍ମାନିତ କରୁଛି।
ଓଡ଼ିଶା ମାଟିର ସଫଳ ଉଦ୍ୟୋଗ ଓ ଉଦ୍ୟୋଗୀମାନଙ୍କୁ ଲୋକଲୋଚନକୁ ଆଣିବାର ସେହି ପରମ୍ପରାକୁ ବଜାୟ ରଖି ‘ସମ୍ବାଦ’ କର୍ପୋରେଟ୍ ଏକ୍ସଲେନ୍ସ ଆୱାର୍ଡସ୍ର ଅଷ୍ଟମ ସଂସ୍କରଣ ଘୋଷଣା କରାଯାଇଛି। ଓଡ଼ିଶାରୁ ଜନ୍ମ ହୋଇ ନିଜ ଉତ୍ପାଦ ଓ ସେବାକୁ ରାଜ୍ୟରେ ତଥା ରାଜ୍ୟ ବାହାେର ଓ ବିଦେଶରେ ଉପଲବ୍ଧ କରାଉଥିବା ବ୍ରାଣ୍ଡ୍ ଓ ଉଦ୍ୟୋଗଗୁଡ଼ିକ ଏହି ଅଭିଯାନରେ ଅଂଶଗ୍ରହଣ କରିପାରୁଥିଲେ। ଚଳିତ ବର୍ଷଠାରୁ ଏହାକୁ ସମ୍ପ୍ରସାରିତ କରାଯାଇଛି। ଓଡ଼ିଶାର ଯେକୌଣସି ବ୍ରାଣ୍ଡ୍ ଏଥିରେ ଭାଗ ନେଇପାରିବେ। ତାହା ଲଘୁ ଉଦ୍ୟୋଗ ହେଉ, କ୍ଷୁଦ୍ର ଉଦ୍ୟୋଗ ହେଉ, ମଧ୍ୟମ ଉଦ୍ୟୋଗ ହେଉ କିମ୍ବା ବୃହତ୍ ଉଦ୍ୟୋଗ। ସୋଲ୍ ପ୍ରୋପାଇଟର୍ସିପ୍ ସଂସ୍ଥା ହୁଅନ୍ତୁ, ପାର୍ଟନରସିପ୍ ହେଉ ଅଥବା କମ୍ପାନି। ସମସ୍ତେ ଏହି ଅଭିଯାନରେ ଅଂଶଗ୍ରହଣ କରିପାରିବେ।
ଏହା ହେଉଛି ରାଜ୍ୟର ଏକମାତ୍ର ପୁରସ୍କାର ଯାହାର ବିଜେତାମାନଙ୍କୁ ଏକ ସ୍ବାଧୀନ, ନିରପେକ୍ଷ ଓ ବାହ୍ୟ ବିଚାରକ ମଣ୍ଡଳୀ ବିଭିନ୍ନ ଦିଗକୁ ଅନୁଶୀଳନ କରି ଚୟନ କରିଥାନ୍ତି। ଅତୀତରେ ଅନେକ ବ୍ରାଣ୍ଡ୍କୁ ସମ୍ବାଦ କର୍ପୋରେଟ୍ ଏକ୍ସଲେନ୍ସ ଆୱାର୍ଡ୍ସ: ବ୍ରାଣ୍ଡ୍ସ ଅଫ୍ ଓଡ଼ିଶା, ପ୍ରାଇଡ୍ ଅଫ୍ ଇଣ୍ଡିଆ’ ମଞ୍ଚରେ ସମ୍ମାନିତ କରାଯାଇଛି। ସେମାନଙ୍କ ତାଲିକା ଲମ୍ବା ହେବାରେ ଲାଗିଥିବା ବେଳେ ଓଡ଼ିଶାର ଔଦ୍ୟୋଗିକ ପରମ୍ପରାକୁ ସମୃଦ୍ଧ କରୁଥିବା ଉଦ୍ୟୋଗୀଙ୍କୁ ଅନୁପ୍ରାଣିତ କରିବାର ଧାରା ମଧ୍ୟ ଜାରି ରହିଛି। ସମ୍ବାଦ କର୍ପୋରେଟ୍ ଏକ୍ସଲେନ୍ସ ଆୱାର୍ଡସ୍ ୨୦୨୫ ଲାଗି ଆବେଦନ ପ୍ରକ୍ରିୟା ଜାରି ରହିଛି। ଆଗ୍ରହୀ ଉଦ୍ୟୋଗ ଓ ଉଦ୍ୟୋଗୀମାନେ ଏଥିରେ ଅଂଶଗ୍ରହଣ କରିବା ପାଇଁ www.sambadawards.comରେ ଆବେଦନ କରନ୍ତୁ। ଆବେଦନ କରିବାର ଶେଷ ତାରିଖ ୨୦୨୫ ଜାନୁଆରି ୧୩ ରହିଛି। ୨୦୨୫ ଜାନୁଆରି ୨୯ରେ ଭୁବନେଶ୍ବରରେ ଆୟୋଜିତ ଏକ ଭବ୍ୟ ସମାରୋହରେ ବିଜେତାଙ୍କୁ ସମ୍ପର୍ଦ୍ଧିତ କରାଯିବ।