ନୂଆଦିଲ୍ଲୀ: ଗତ ୨୪ ଘଣ୍ଟା ମଧ୍ୟରେ ଦେଶର ୪ଟି ବିମାନ ଜରୁରିକାଳୀନ ଅବତରଣ କରି ସାରିଲାଣି।  ସବୁ ବିମାନର ପାଇଲଟ ଓ ଯାତ୍ରୀ ସୁରକ୍ଷିତ ଥିବା ସୂଚନା ରହିଛି। ବିମାନଗୁଡ଼ିକର ବି ସେପରି କୌଣସି ବିଶେଷ କ୍ଷତି ହୋଇନାହିଁ।

Advertisment

ରବିବାର ଏୟାର୍‌ ଇଣ୍ଡିଆ ଏକ୍ସପ୍ରେସ୍‌ ଆଇଏକ୍ସ-୨୪୭ ମୁମ୍ବାଇରୁ ଦୁବାଇ ଉଡ଼ାଣ ଭରୁଥିବା ବେଳେ ମୁମ୍ବାଇ ବିମାନ ମନ୍ଦରରେ ଜରୁରିକାଳୀନ ଅବତରଣ କରିଥିଲା। ହାଇଡ୍ରୋଲିକ୍‌ ସମସ୍ୟା ହେତୁ ବିବାନକୁ ତୁରନ୍ତ ଅବତରଣ କରାଯାଇଥିଲା ବୋଲି ସୂଚନା ରହିଛି।

ସେହିପରି ଆଉ ଏକ ବିମାନ ଦିଲ୍ଲୀର ସ୍ପାଇସ୍‌ ଜେଟ୍‌ ବାରଣାସି ବିମାନ ବନ୍ଦରରେ ସକାଳ ୧୦ଟା ସମୟରେ ଜରୁରିକାଳୀନ ଅବତରଣ କରିଥିଲା। ଇଞ୍ଜିନ୍‌ରେ ତ୍ରୁଟି ଥିବା ହେତୁ ଅବତରଣ କରାଯାଇଥିଲା। ଇଞ୍ଜିନ୍‌ରେ ତୈଳ କମ ଅଛି ବୋଲି ଜଣାପଡ଼ିବା ପରେ ବିମାନଟିକୁ ବାରଣାସି ଆଡ଼େ ମୁହାଁ ଯାଇଥିଲା।

publive-image

ବିମାନଟି ହଙ୍ଗ୍‌କଙ୍ଗ୍‌ରୁ ଆସୁଥିଲା। ସେଥିରେ ସମୁଦାୟ ୧୪୦ରୁ ଊର୍ଧ୍ୱ ଯାତ୍ରୀ ଆସୁଥିଲେ। ସମସ୍ତ ଯାତ୍ରୀ ସୁରକ୍ଷିତ।

ପୂର୍ବଦିନ ଅର୍ଥାତ, ଶନିବାର ରାତି ପ୍ରାୟ ୧୦.୩୦ ସମୟରେ କୋଲକାତା ବିମାନ ବନ୍ଦରରେ ଏୟାର ଇଣ୍ଡିଆର ଏକ ବିମାନକୁ ଜରୁରିକାଳୀନ ଅବତରଣ କରାଯାଇଥିଲା। ଦିଲ୍ଲୀରୁ ବ୍ୟାଙ୍ଗ୍‌କକ୍‌ ଯାଉଥିବା ଏଆଇ-୩୩୫ର ଇଞ୍ଜିନରେ କଣା ଥିବା ହେତୁ ତେଲ ବୋହୁଥିବା ଜଣାପଡ଼ିବାରୁ କୋଲକାତାରେ ଜରୁରିକାଳୀନ ଅବତରଣ କରାଯାଇଥିଲା। ଏଥିରେ କାହାରି କିଛି କ୍ଷତି ହୋଇ ନାହିଁ।

ସେହିପରି ଶନିବାର ଚେନ୍ନାଇ-କୋଲକାତା ଇଣ୍ଡିଗୋ ବିମାନରେ ତ୍ରୁଟି ପରିଲିଖିତ ହେବାରୁ ବିମାନଟି ଓଲଟା ଚେନ୍ନାଇ ଫେରି ଜରୁରିକାଳୀନ ଅବତରଣ କରିଥିଲା।