ଦିନେ ବୁଲିବୁଲି ପେପର ବାଣ୍ଟୁଥିଲେ, ଆଜି ଅଷ୍ଟ୍ରେଲିଆରେ ପ୍ରତିଷ୍ଠା କରିଛନ୍ତି କମ୍ପାନୀ

ନୂଆଦିଲ୍ଲୀ: କୁହାଯାଏ ପରିଶ୍ରମର ଫଳ ମିଠା ହୋଇଥାଏ, ଆଜି ଆମେ ଆପଣଙ୍କୁ ଏମିତି ଜଣେ ଯୁବକଙ୍କ ପରିଶ୍ରମର କାହାଣୀ କହିବୁ ଯାହାକି ଜଣଙ୍କୁ ପ୍ରେରଣା ଦେବ | ଉତ୍ତରପ୍ରଦେଶର ସାହାରଣପୁରର ଅମୀର କୁତୁବ ନିଜ ପରିଶ୍ରମ ଯୋଗୁଁ ଏବେ ଅଷ୍ଟ୍ରେଲିଆରେ ନିଜର କମ୍ପାନୀ ପ୍ରତିଷ୍ଠା କରିଛନ୍ତି ଆଉ ବର୍ଷକୁ ପ୍ରାୟ ୧୦ କୋଟି ଟଙ୍କା ରୋଜଗାର କରୁଛନ୍ତି | ଜଣେ ମେକାନିକାଲ ଇଂଜିନିୟରିଂ ଭାବେ ପାଠ ପଢିଥିବା ଅମୀର ଏବେ ଆର୍ଟିଫିସିଆଲ ଇଣ୍ଟେଲିଜେନ୍ସ ସମ୍ବଦ୍ଧିତ ଏକ କମାନୀ ଖୋଲିଛନ୍ତି | ଏହି କମ୍ପାନୀର ନାମ ସେ ଏଣ୍ଟରପ୍ରାଇଜ ମଙ୍କି ରଖିଛନ୍ତି |

କିଭଳି ଥିଲା ଆଲିଗଡରୁ ଅଷ୍ଟ୍ରେଲିଆର ଯାତ୍ରା
୨୦୦୮ ମସିହାରେ ମେକାନିକାଲ ଇଞ୍ଜିନିୟରିଂରେ ଶିକ୍ଷା ସମାପ୍ତ କରିବା ପରେ ସେ ହୋଣ୍ଡା କମ୍ପାନୀରେ କାମ କରିବା ଆରମ୍ଭ କରିଥିଲେ | ତେବେ ମେକାନିକାଲ ଇଂଜିନିୟରିଂ ପଢିଥିଲେ ବି କମ୍ପ୍ୟୁଟର ପ୍ରୋଗ୍ରାମିଙ୍ଗ ଓ ସୋସିଆଲ ନେଟୱର୍କିଙ୍ଗ ସାଇଟ ନିର୍ମାଣ ପାଇଁ ତାଙ୍କର ଅଦମ୍ୟ ଇଚ୍ଛା ଥିଲା | ଆଉ ହୋଣ୍ଡା କମ୍ପାନୀରେ ପ୍ରଡକ୍ସନ ଇଂଜିନିୟର ଭାବେ ଚାକିରୀ କରୁଥିଲେ ବି ଏହା ତାଙ୍କୁ ସନ୍ତୁଷ୍ଟି ଦେଇପାରିନଥିଲା | ୨୩ ବର୍ଷ ବୟସରେ ସେ ଚାକିରୀ ଛାଡିଦେଇଥିଲେ | ଆଉ ୱେବ ଡ଼ିଜାଇନିଂ କରିବାକୁ ନିଷ୍ପତ୍ତି ନେଇଥିଲେ | ତାଙ୍କର ଅଧିକାଂଶ କ୍ଲାଏଣ୍ଟ ଅଷ୍ଟ୍ରେଲିଆ ଓ ଲଣ୍ଡନର ଥିଲେ | ତେବେ ଅଷ୍ଟ୍ରେଲିଆର ଜଣେ କ୍ଲାଏଣ୍ଟ ତାଙ୍କୁ ସେଠାକୁ ଯିବାକୁ କହିଥିଲେ | ତେବେ ଅଷ୍ଟ୍ରେଲିଆ ଯିବା ପାଇଁ ପାଖରେ ଟଙ୍କା ନଥିଲା | ଅମୀର କହିଛନ୍ତି ଯେ ଆକାଶରେ ଉଡ଼ୁଥିବାବେଳେ ସେ ହିଁ ବିମାନ ଦେଖିଥିଲେ କିନ୍ତୁ କେବେ ବସିବେ ବୋଲି ଭାବିନଥିଲେ | ଆଉ ନିଜ ଭଉଣୀଙ୍କଠାରୁ ସାହାଯ୍ୟ ପାଇ ସେ ଅଷ୍ଟ୍ରେଲିଆ ଯାଇଥିଲେ |

ତେବେ ଅଷ୍ଟ୍ରେଲିଆରେ ଯେତେବେଳେ ପହଂଚିଥିଲେ ସେତେବେଳେ ପାଖରେ ଟଙ୍କା ନଥିଲା | ସେ ବିଭିନ୍ନ କମ୍ପାନୀରେ ଆବେଦନ କରିଥିଲେ ବି କେହି ତାଙ୍କୁ ମନୋନୀତ କରିନଥିଲେ | ଆଉ ବାଧ୍ୟ ହୋଇ ଅମୀର ବିମାନବନ୍ଦରରେ ସଫେଇ କର୍ମୀ ଭାବେ ଯୋଗ ଦେଇଥିଲେ | ଦିନରେ ସଫେଇ ସାଙ୍ଗକୁ ରାତି୨ଟାରୁ ସକାଳ ୭ଟା ଯାଏଁ ଅଷ୍ଟ୍ରେଲିଆରେ ଖବରକାଗଜ ବାଣ୍ଟିଥିଲେ |

ଶେଷରେ ଅମୀରଙ୍କୁ ଆଇସିଟି ଜିଲଙ୍ଗ ନାମକ କମ୍ପାନୀ ପକ୍ଷରୁ ତାଙ୍କୁ ଡାକରା ଆସିଥିଲା | ଆଉ ଦୁଇ ବର୍ଷ ମଧ୍ୟରେ ତାଙ୍କ କାମ ଦେଖି ଜେନେରାଲ ମ୍ୟାନେଜର ଭାବେ ପଦୋନ୍ନତି ମିଳିଥିଲା | ୨୦୧୪ ମସିହାରେ ସେ ନିଜ ଉଦ୍ୟମରେ ଏଣ୍ଟରପ୍ରାଇଜ ମଙ୍କି ଲିମିଟେଡ଼ ନାମକ କମ୍ପାନୀ ଆରମ୍ଭ କରିଥିଲେ | ଏହି କମ୍ପାନୀ ୱେବ ଓ ଆପ ଡେଭଲପମେଣ୍ଟ ପାଇଁ କାମ କରୁଥିବାବେଳେ ଆଜି ତାଙ୍କ କମ୍ପାନୀ ୪ଟି ଦେଶରେ କାମ କରୁଛି | ଆଉ ବର୍ଷକୁ ପ୍ରାୟ ୧୦ କୋଟି ଟଙ୍କାର ସେ ରୋଜଗାର ମଧ୍ୟ କରୁଛନ୍ତି |

ସମ୍ବନ୍ଧିତ ଖବର