ଭୁବନେଶ୍ବର: ଜଗତସିଂହପୁରର ପାରାଦୀପ ନିକଟରେ ପୋସ୍କୋ ଜମିରେ ଆସନ୍ତା ଆର୍ଥିକ ବର୍ଷରୁ ଜେଏସ୍ଡବ୍ଲ୍ୟୁର ଇସ୍ପାତ କାରଖାନା କାମ ଆରମ୍ଭ ହେବ। ବିଭିନ୍ନ ପର୍ଯ୍ୟାୟରେ ଏହି କାରଖାନାକୁ ନିର୍ମାଣ କରାଯିବ ବୋଲି ଜଣାପଡ଼ିଛି। ସଜ୍ଜନ ଜିନ୍ଦଲଙ୍କ କଂପାନି ଜେଏସ୍ଡବ୍ଲ୍ୟୁ ୫୫ ହଜାର କୋଟି ଟଙ୍କା ବିନିଯୋଗରେ କାରଖାନା ସ୍ଥାପନ କରିବ। ପ୍ରଥମ ପର୍ଯ୍ୟାୟରେ କଂପାନି ୫ ନିୟୁତ ଟନ୍ କ୍ଷମତା ବିଶିଷ୍ଟ ବ୍ଲାଷ୍ଟ୍ ଫର୍ଣ୍ଣେସ୍ ନିର୍ମାଣ କରିବ। ସବୁ ପ୍ରକାର ମଞ୍ଜୁରି ଓ ଅନୁମୋଦନ ମିଳିବା ପରେ କଂପାନି ଏହି କାରଖାନା କାମ ଆରମ୍ଭ କରିବାକୁ ଯୋଜନା ରଖିଛି। କାରଖାନାରେ କେଉଁ ସବୁ ଉତ୍ପାଦ ନିର୍ମାଣ କରାଯିବ ସେ ସଂପର୍କିତ ନିଷ୍ପତ୍ତି ଗ୍ରହଣ କରିବା ପାଇଁ ଜେଏସ୍ଡବ୍ଲ୍ୟୁ ଏକ କନ୍ସଲଟାଣ୍ଟ୍ (ପରାମର୍ଶଦାତା) ନିଯୁକ୍ତ କରିଛି। ଓଡ଼ିଶାରେ ୧୨ ନିୟୁତ ଟନ୍ କ୍ଷମତା ବିଶିଷ୍ଟ ଏକ ମେଗା ଷ୍ଟିଲ୍ ପ୍ଲାଣ୍ଟ୍କୁ ୫୨ ହଜାର କୋଟି ଟଙ୍କା ବିନିଯୋଗରେ ନିର୍ମାଣ କରିବା ପାଇଁ ଓଡ଼ିଶା ସରକାରଙ୍କ ସହିତ ୨୦୦୫ରେ ଦକ୍ଷିଣ କୋରିଆର କଂପାନି ପୋସ୍କୋ ବୁଝାମଣା ସ୍ବାକ୍ଷର କରିଥିଲା। ଇଡ୍କୋ ପକ୍ଷରୁ ପୋେସ୍କା ପ୍ରକଳ୍ପ ପାଇଁ ୨୭୦୦ ଏକର ଜମି ଅଧିଗ୍ରହଣ କରାଯାଇଥିଲା ଓ େସଥି ମଧ୍ୟରୁ ୧୭୦୦ ଏକର ଜମି ପୋସ୍କୋକୁ ହସ୍ତାନ୍ତର କରାଯାଇଥିଲା। କିନ୍ତୁ କାରଖାନା ନିର୍ମାଣ କରିବାକୁ ପୋସ୍କୋ ଆଗ୍ରହ ଦେଖାଇନଥିଲା। ଅଧିଗ୍ରହଣ ହୋଇଥିବା ଜମିକୁ ରାଜ୍ୟ ସରକାରଙ୍କୁ ପୋସ୍କୋ ଫେରାଇ ଦେଇଥିଲା। ଏହାର କିଛି ମାସ ପରେ ଓଡ଼ିଶାରେ ଏକ ଇସ୍ପାତ କାରଖାନା ନିର୍ମାଣ କରିବାକୁ ଜେଏସ୍ଡବ୍ଲ୍ୟୁ ଆଗ୍ରହ ଦେଖାଇଥିଲା। ଏହି କଂପାନିକୁ ରାଜ୍ୟ ସରକାର ୨୯୦୦ ଏକର ଜମି ପ୍ରଦାନ କରିଛନ୍ତି। ଗତ ମାସରେ ଚେନ୍ନାଇ ଠାରେ ଆୟୋଜିତ ହୋଇଥିବା ନିବେଶକ ସମ୍ମିଳନୀରେ ରାଜ୍ୟ ସରକାରଙ୍କ ଜଣେ ବରିଷ୍ଠ ଅଧିକାରୀ ଏହି ସୂଚନା ଦେଇଥିଲେ। ଓଡ଼ିଶାରେ କଂପାନି ୯୦୦ ମେଗାୱାଟ୍ର ଏକ ପାୱାର ପ୍ଲାଣ୍ଟ୍, ୩୨ ନିୟୁତ ଟନ୍ର ପେଲେଟ୍ ୟୁନିଟ୍ ଓ ଏକ ସ୍ଲରି ପାଇପ୍୍ଲାଇନ୍ ସ୍ଥାପନ କରିବାକୁ ମଧ୍ୟ ଯୋଜନା ରଖିଛି।
ଆସନ୍ତା ବର୍ଷରୁ ଜେଏସ୍ଡବ୍ଲ୍ୟୁ କାରଖାନା କାମ ଆରମ୍ଭ ହେବ
/sambad/media/post_attachments/wp-content/uploads/2018/10/pollution-1.jpg)
Advertisment
Sambad is now on WhatsApp
Join and get latest news updates delivered to you via WhatsApp
/sambad/media/agency_attachments/2024-07-24t043029592z-sambad-original.webp)