ଏନ୍‌ଆଇଏନ୍‌ଏଲ୍‌ ବ୍ଲାଷ୍ଟ୍‍ ଫର୍ଣ୍ଣେସ୍‌ ମରାମତି ଆରମ୍ଭ

ଭୁବନେଶ୍ୱର: ଯାଜପୁର କଳିଙ୍ଗନଗରଠାରେ ଥିବା ଏନ୍‌ଆଇଏନ୍‌ଏଲ୍‌ର ବ୍ଲାଷ୍ଟ ଫର୍ଣ୍ଣେସ୍‌ କ୍ୟାପିଟାଲ୍‌ର ମରାମତି ପ୍ରକ୍ରିୟା ଆରମ୍ଭ ହୋଇଛି। ୯୦ ଦିନ ଭିତରେ ଏହି କାମ ଶେଷ ହେବ ବୋଲି କଂପାନି ପକ୍ଷରୁ କୁହାଯାଇଛି। ବ୍ଲାଷ୍ଟ ଫର୍ଣ୍ଣେସ୍‌ର ମରାମତି ନଭେମ୍ବର ୨୬ରୁ ଏବଂ କ୍ୟାପିଟାଲ୍‌ର ମରାମତି ୩୦ରୁ ଆରମ୍ଭ ହୋଇଥିଲା। କଂପାନିର ଉପାଧ୍ୟକ୍ଷ ଓ ପରିଚାଳନା ନିର୍ଦେଶକ ଏସ୍‌ ଏସ୍‌ ମହାନ୍ତି କହିଛନ୍ତି ଯେ କଂପାନିର ପୁନରୁଦ୍ଧାର ପାଇଁ ଆମେ ସବିଶେଷ ଯୋଜନା ପ୍ରସ୍ତୁତ କରିଛୁ। କଂପାନିର ଏହି ଯୋଜନାକୁ ସଫଳ କରିବାରେ ବ୍ଲାଷ୍ଟ୍‍ ଫର୍ଣ୍ଣେସ୍‌, ଏସ୍‌ଏମ୍‌ଏସ୍‌କୁ ପୂର୍ଣ୍ଣ କ୍ଷମତା ସହିତ ଚାଲୁ କରାଯିବ ଏବଂ କୋଇଡ଼ାରେ ଥିବା ଖଣି ଏକ୍ଷେତ୍ରରେ ଗୁରୁତ୍ୱପୂର୍ଣ୍ଣ ଭୂମିକା ଗ୍ରହଣ କରିବ।

ସମ୍ବନ୍ଧିତ ଖବର