ଭୁବନେଶ୍ବର: ମଦନପୁରସ୍ଥିତ ନିସ୍ ଇନ୍ଷ୍ଟିଚ୍ୟୁଟ୍ ଅଫ ବିଜନେସ୍ ଆଡମିନିଷ୍ଟ୍ରେସନ୍ ଓ ରିସର୍ଚ ଫୋରମ୍ ଇଣ୍ଡିଆର ସହଭାଗିତାରେ ‘ବିକଶିତ ଭାରତ ପାଇଁ ଉଦୀୟମାନ ପ୍ରଯୁକ୍ତି ଓ ସ୍ଥାୟୀ ଉନ୍ନତି’ ଶୀର୍ଷକ ଏକ ଆଲୋଚନାଚକ୍ର ଅନୁଷ୍ଠିତ ହୋଇଯାଇଛି । ଏଥିରେ ଖାଦ୍ୟ ଯୋଗାଣ ଓ ଖାଉଟି କଲ୍ୟାଣ ମନ୍ତ୍ରୀ କୃଷ୍ଣଚନ୍ଦ୍ର ପାତ୍ର ମୁଖ୍ୟ ଅତିଥିଭାବେ ଯୋଗଦେଇଥିଲେ । ବିପିୟୁଟି କୁଳପତି ପ୍ରଫେସର ଡ. ଅମିୟ କୁମାର ରଥ ଆଭାସୀ ମାଧ୍ୟମରେ ସମ୍ମିଳନୀରେ ଯୋଗଦେଇଥିଲେ ।
ବିରଗଣସତୀସାଧନୀ ବିଶ୍ବବିଦ୍ୟାଳୟ ଆସାମର କୁଳପତି ପ୍ରଫେସର ଜି. ସିନ୍ଘାୟା, ଅମନ୍ୟ କର୍ପୋରେସନର ମେମ୍ୱର ଡ. ପାର୍ଥସାରଥି ମିଶ୍ର, ରାଜେନ୍ଦ୍ର ପ୍ରସାଦ କୃଷି ବୈଷୟିକ ବିଶ୍ବବିଦ୍ୟାଳୟର ପୂର୍ବତନ କୁଳପତି ପ୍ରଫେସର ପ୍ରଫୁଲ୍ଲ କୁମାର ମିଶ୍ର, ଆର୍ସେଲର ମିତ୍ତଲ ଓ ନିପନ୍ ଷ୍ଟିଲ୍ର ମାନବସମ୍ବଳ ବିଭାଗ ମୁଖ୍ୟ ଦେବବ୍ରତ ଦାଶ, ତାଇଓ୍ବାନ ଚାଙ୍ଗଗଙ୍ଗ ୟୁନିଭରସିଟିର ପ୍ରଫେସର ପ୍ରସନ୍ନ କୁମାର ସାହୁ, ରିସର୍ଚ ଫୋରମ୍ ଓଡ଼ିଶା ମୁଖ୍ୟ ପ୍ରଫେସର ସୁଶୀଲ କୁମାର ପଟ୍ଟନାୟକ ପ୍ରମୁଖ ଯୋଗଦେଇ ସମ୍ମିଳନୀରେ ବକ୍ତବ୍ୟ ରଖିଥିଲେ ।
ଶିକ୍ଷାନୁଷ୍ଠାନର ଚେୟାରମ୍ୟାନ ଡ. ସୁଭାଷ ଚନ୍ଦ୍ର ନାୟକ ସ୍ୱାଗତ ଭାଷଣ ଦେଇଥିଲେ। ଉକ୍ତ କାର୍ଯ୍ୟକ୍ରମରେ ଶିକ୍ଷାନୁଷ୍ଠାନର ସହ-ପ୍ରତିଷ୍ଠାତା ପ୍ରଫେସର ସ୍ମୃତିସୁଧା ନାୟକ, ଉପ ନିର୍ଦ୍ଦେଶକ ଡ. ଦୁଷ୍ମନ୍ତ କୁମାର ପଟ୍ଟନାୟକ, ଶିକ୍ଷାନୁଷ୍ଠାନର ଟ୍ରଷ୍ଟି ସାଇସମ୍ବିତ ନାୟକ, ଅଧ୍ୟକ୍ଷ ଡ. ରାଜେଶ ସ୍ବାଇଁ, ଜଏଣ୍ଟ ରେଜିଷ୍ଟ୍ରାର ଡ. ଭବାନୀ ଶଙ୍କର ରଥ, ପ୍ରଶାସନିକ ଅଧିକାରୀ ପୀତାମ୍ବର ଚୟନୀ, ପ୍ରଫେସର ପ୍ରଭାକର ମିଶ୍ର, ଡ. ଶ୍ରଦ୍ଧାଞ୍ଜଳି ନାୟକ, ଡ. ଅଜିତ ନାରାୟଣ ମହାନ୍ତି, ପ୍ରଫେସର ସ୍ଥିତପ୍ରଜ୍ଞ ଦେବଦତ୍ତ ସାମଲ, ପ୍ରଫେସର ଇନ୍ଦ୍ରଜିତ ଦାସ, ପ୍ରଫେସର ଜ୍ଞାନରଞ୍ଜନ ବିଶ୍ୱାଳ ପ୍ରମୁଖ ଯୋଗଦେଇଥିଲେ l
/sambad/media/agency_attachments/2024-07-24t043029592z-sambad-original.webp)
/sambad/media/media_files/2026/01/18/18bbs_17_18012026_112-2026-01-18-14-00-40.jpg)