ନୂଆଦିଲ୍ଲୀ: ପିଏନ୍ବି ଠକେଇର ମୁଖ୍ୟ ଅଭିଯୁକ୍ତ ନିରବ ମୋଦିଙ୍କ ପାସପୋର୍ଟ ରଦ୍ଦ ସମ୍ପର୍କରେ ଇଣ୍ଟରପୋଲ୍ ପକ୍ଷରୁ ଆଲର୍ଟ (ସୂଚନା) ଜାରି କରାଯାଇଛି। ଏହା ସତ୍ତ୍ୱେ ସେ ବିଭିନ୍ନ ଦେଶ ଭିତରେ ଯାତାୟାତ କରିପାରୁଛନ୍ତି ବୋଲି ସିବିଆଇ ପକ୍ଷରୁ କୁହାଯାଇଛି। ଚଳିତ ବର୍ଷ ଫେବ୍ରୁଆରି ୧୪ରେ ଇଣ୍ଟରପୋଲ୍ ପକ୍ଷରୁ ଏହାର କେନ୍ଦ୍ରୀୟ ଡାଟାବେସ୍ରେ ନିରବଙ୍କ ସମ୍ପର୍କିତ ସୂଚନା ଜାରି କରିଥିଲା। ଏକ ଡିଫ୍ୟୁଜନ୍ ନୋଟିସ୍ ଜରିଆରେ ନିରବଙ୍କ ପାସପୋର୍ଟ ରଦ୍ଦ ହୋଇଥିବା ବିଷୟରେ ଇଣ୍ଟରପୋଲ୍ ସୂଚନା ଦେଇଥିଲା। ବ୍ରିଟେନ୍ରୁ ମିଳିଥିବା ସୂଚନା ଆଧାରରେ ସିବିଆଇ ପକ୍ଷରୁ କୁହାଯାଇଛି ଯେ ଇଣ୍ଟରପୋଲ୍ ସୂଚନା ସତ୍ତ୍ୱେ ନିରବ ମୋଦି ମାର୍ଚ ୧୫ରେ ଲଣ୍ଡନରୁ ହଂକଂ, ମାର୍ଚ ୨୮ରେ ନ୍ୟୁୟର୍କରୁ ଲଣ୍ଡନ ଓ ମାର୍ଚ ୩୧ରେ ଲଣ୍ଡନ୍ରୁ ପ୍ୟାରିସ୍କୁ ଯାତ୍ରା କରିଥିଲେ।
ଇଣ୍ଟରପୋଲ୍ ଆଲର୍ଟ ସତ୍ତ୍ୱେ ବିଭିନ୍ନ ଦେଶ ବୁଲିଛନ୍ତି ନିରବ
/sambad/media/post_attachments/wp-content/uploads/2018/06/nirav-modi-1527164296.jpg)
Advertisment
Sambad is now on WhatsApp
Join and get latest news updates delivered to you via WhatsApp
/sambad/media/agency_attachments/2024-07-24t043029592z-sambad-original.webp)