ନୂଆଦିଲ୍ଲୀ : ପଞ୍ଜାବ ନ୍ୟାସନାଲ୍ ବ୍ୟାଙ୍କ (ପିଏନ୍ବି)ରେ ହୋଇଥିବା ୧୪ ହଜାର କୋଟି ଟଙ୍କା ଠକେଇର ମୁଖ୍ୟ ଅଭିଯୁକ୍ତ ହୀରା ବ୍ୟବସାୟୀ ନିରବ ମୋଦୀଙ୍କ ପ୍ରତ୍ୟର୍ପଣ ମାମଲାର ଶୁଣାଣି ଆସନ୍ତାକାଲି ଠାରୁ ବ୍ରିଟେନ୍ର ୱେଷ୍ଟମିନିଷ୍ଟର୍ ମାଜିଷ୍ଟ୍ରେଟ୍ଙ୍କ କୋର୍ଟରେ ଆରମ୍ଭ ହେବ। ଏହି ପାଞ୍ଚ ଦିନିଆ ଶୁଣାଣି ଚଳିତ ମାସ ୧୧ ପର୍ଯ୍ୟନ୍ତ ଚାଲିବ। ପିଏନ୍ବି ଠକେଇ ଜଣାପଡ଼ିବା ପୂର୍ବରୁ ଭାରତ ଛାଡ଼ି ଚାଲିଯାଇଥିବା ନିରବଙ୍କୁ ଗତ ବର୍ଷ ବ୍ରିଟେନ୍ରେ ଗିରଫ କରାଯାଇଥିଲା। ତାଙ୍କୁ ପ୍ରତ୍ୟର୍ପଣ କରିବା ଲାଗି ସିବିଆଇ ଓ ପ୍ରବର୍ତ୍ତନ ନିର୍ଦେଶାଳୟ (ଇଡି) ପକ୍ଷରୁ ଆବେଦନ କରାଯାଇଛି। ଗତବର୍ଷ ମାର୍ଚ୍ଚ ପରଠାରୁ ନିରବ ବ୍ରିଟେନ୍ର ୱଣ୍ଡସ୍ୱର୍ଥ ଜେଲ୍ରେ ଅଛନ୍ତି। ତାଙ୍କ ଜାମିନ ଆବେଦନ ପାଞ୍ଚ ଥର ଖାରଜ ହୋଇଛି।
ନିରବଙ୍କ ପ୍ରତ୍ୟର୍ପଣ ମାମଲା ଶୁଣାଣି ଆଜିଠୁ
/sambad/media/post_attachments/wp-content/uploads/2018/03/nirab-modi.jpg)
Advertisment
Sambad is now on WhatsApp
Join and get latest news updates delivered to you via WhatsApp
/sambad/media/agency_attachments/2024-07-24t043029592z-sambad-original.webp)