ମୁମ୍ବାଇ: ବ୍ୟାଙ୍କ ଗୁଡିକର ଅର୍ଥକୁ କମ୍ପାନି ବିକ୍ରି କରି ପରିଶୋଧ କରିବେ ବୋଲି ନିରବ ମୋଦି ଚିଠି ଲେଖିଛନ୍ତି। ସବୁ ବ୍ୟାଙ୍କକୁ ଏ ନେଇ ସେ ଚିଠି ଲେଖିଛନ୍ତି। ତେବେ ନିରବଙ୍କ ଏହି ଆଶ୍ୱାସନାକୁ ବ୍ୟାଙ୍କ ଗୁଡ଼ିକ ବିଶ୍ୱାସକୁ ନେଇପାରୁ ନାହାନ୍ତି। ସେମାନଙ୍କ ମତରେ ସବୁ ଠକ ଏଭଳି ଆଶ୍ୱାସନା ଦେଇଥାନ୍ତି। ସବୁ ଜାଲିଆତି ମାମଲାରେ ସମୟ ଗଡ଼ାଇବା ପାଇଁ ଏ ପ୍ରକାର କୌଶଳ ଆପଣା ଯାଇଥାଏ ବୋଲି ବ୍ୟାଙ୍କ ଅଧିକାରୀମାନେ ମତ ଦେଇଛନ୍ତି। ନିରବ ବ୍ୟାଙ୍କ ଗୁଡ଼ିକୁ ଲେଖିଥିବା ଚିଠିରେ ଦର୍ଶାଇଛନ୍ତି ଯେ ସେ କମ୍ପାନି ବିକ୍ରି କରିଦେବେ। ଏ ବାବଦରେ ତାଙ୍କୁ ୬୦୦୦ କୋଟି ଟଙ୍କା ମିଳିବ ବୋଲି ଆକଳନ କରାଯାଉଛି। ଏତଦ୍ବ୍ୟତୀତ ତାଙ୍କର ଅନ୍ୟ ଏକ ପ୍ରମୁଖ କମ୍ପାନି ଫାୟାରଷ୍ଟାର ଡାଇମଣ୍ଡର ମୂଲ୍ୟ କେତେ ହେବ ସେ ସମ୍ପର୍କରେ ମଧ୍ୟ ରିପୋର୍ଟ ନିରବ ତାଙ୍କ ଚିଠିରେ ଦେଇଛନ୍ତି।
କଂପାନି ବିକି ଋଣ ଶୁଝିବି: ନିରବ
/sambad/media/post_attachments/wp-content/uploads/2018/02/nirav-modi-1518765813-37652190.jpg)
Advertisment
Sambad is now on WhatsApp
Join and get latest news updates delivered to you via WhatsApp
/sambad/media/agency_attachments/2024-07-24t043029592z-sambad-original.webp)