କଂପାନି ବିକି ଋଣ ଶୁଝିବି: ନିରବ

ମୁମ୍ବାଇ: ବ୍ୟାଙ୍କ ଗୁଡିକର ଅର୍ଥକୁ କମ୍ପାନି ବିକ୍ରି କରି ପରିଶୋଧ କରିବେ ବୋଲି ନିରବ ମୋଦି ଚିଠି ଲେଖିଛନ୍ତି। ସବୁ ବ୍ୟାଙ୍କକୁ ଏ ନେଇ ସେ ଚିଠି ଲେଖିଛନ୍ତି। ତେବେ ନିରବଙ୍କ ଏହି ଆଶ୍ୱାସନାକୁ ବ୍ୟାଙ୍କ ଗୁଡ଼ିକ ବିଶ୍ୱାସକୁ ନେଇପାରୁ ନାହାନ୍ତି। ସେମାନଙ୍କ ମତରେ ସବୁ ଠକ ଏଭଳି ଆଶ୍ୱାସନା ଦେଇଥାନ୍ତି। ସବୁ ଜାଲିଆତି ମାମଲାରେ ସମୟ ଗଡ଼ାଇବା ପାଇଁ ଏ ପ୍ରକାର କୌଶଳ ଆପଣା ଯାଇଥାଏ ବୋଲି ବ୍ୟାଙ୍କ ଅଧିକାରୀମାନେ ମତ ଦେଇଛନ୍ତି। ନିରବ ବ୍ୟାଙ୍କ ଗୁଡ଼ିକୁ ଲେଖିଥିବା ଚିଠିରେ ଦର୍ଶାଇଛନ୍ତି ଯେ ସେ କମ୍ପାନି ବିକ୍ରି କରିଦେବେ। ଏ ବାବଦରେ ତାଙ୍କୁ ୬୦୦୦ କୋଟି ଟଙ୍କା ମିଳିବ ବୋଲି ଆକଳନ କରାଯାଉଛି। ଏତଦ୍‌ବ୍ୟତୀତ ତାଙ୍କର ଅନ୍ୟ ଏକ ପ୍ରମୁଖ କମ୍ପାନି ଫାୟାରଷ୍ଟାର ଡାଇମଣ୍ଡର ମୂଲ୍ୟ କେତେ ହେବ ସେ ସମ୍ପର୍କରେ ମଧ୍ୟ ରିପୋର୍ଟ ନିରବ ତାଙ୍କ ଚିଠିରେ ଦେଇଛନ୍ତି।

ସମ୍ବନ୍ଧିତ ଖବର