ଇଡି ବିରୋଧରେ ଅଦାଲତକୁ ଗଲା ନିରବଙ୍କ କଂପାନି

ନୂଆଦିଲ୍ଲୀ: ପିଏନ୍‌ବି ଠକେଇ ମାମଲାରେ ପ୍ରବର୍ତନ ନିର୍ଦେଶାଳୟ(ଇଡି) ବିରୋଧରେ ନିରବ ମୋଦିଙ୍କ ଫାୟାରଷ୍ଟାର ଡାଇମଣ୍ଡ ଇଣ୍ଟରନ୍ୟାସନାଲ ପ୍ରାଇଭେଟ ଲିମିଟେଡ ଅଦାଲତକୁ ଯାଇଛି। କଂପାନି ବିରୋଧରେ ମନି ଲଣ୍ଡରିଂ ମାମଲା ଇଡି ରୁଜୁ କରିଛି। ଏହି ମାମଲାକୁ କଂପାନି ବିରୋଧ କରିଛି। ଏପରିକି କଂପାନିକୁ ସର୍ଚ ଓ୍ଵାରେଣ୍ଟର ଏକ ନକଲ ଦେବା ଲାଗି ଅର୍ଥ ମନ୍ତ୍ରାଳୟ ଓ ଇଡିକୁ ନିର୍ଦେଶ ଦେବାକୁ କଂପାନି ଆବେଦନରେ କହିଛିି। ଉଲ୍ଲେଖଯୋଗ୍ୟ ଯେ, ପିଏନ୍‌ବିରୁ ଜାଲ୍‌ ଏଲ୍‌ଓୟୁ ହାସଲ କରି ପ୍ରାୟ ୧୨୭୦୦ କୋଟି ଟଙ୍କା ଠକି ନେଇଥିବା ନିରବ ମୋଦି ଓ ମେହୁଲ ଚୋକ୍‌ସିଙ୍କ କଂପାନି ବିରୋଧରେ ଏକାଧିକ ସଂସ୍ଥା ସେମାନଙ୍କ ତଦନ୍ତ ଜାରି ରଖିଛନ୍ତି। ସିବିଆଇରେ ପିଏନ୍‌ବି ଅଭିଯୋଗ କରିବା ପରେ ସିବିଆଇଠାରୁ ଆରମ୍ଭ କରି ଇଡି ଓ ଏସ୍‌ଏଫ୍‌ଆଇଓ ଆଦି ସେମାନଙ୍କ ତଦନ୍ତ ଚଳାଇଛନ୍ତି।

ସମ୍ବନ୍ଧିତ ଖବର