ନୂଆଦିଲ୍ଲୀ: ଆମେରିକାର ଏକ ଦେବାଳିଆ ଅଦାଲତରୁ ପଳାତକ ଭାରତୀୟ ହୀରା ଗହଣା ବ୍ୟବସାୟୀ ନିରବ ମୋଦୀଙ୍କୁ ଶକ୍ତ ଧକ୍କା ଲାଗିଛି। ନିରବଙ୍କ ସହିତ ଅନ୍ୟ ଦୁଇଜଣ ସହଯୋଗୀ ମଧ୍ୟ ସେମାନଙ୍କ ଉପରୁ ଠକେଇ ଅଭିଯୋଗ ହଟାଇବା ପାଇଁ ଆବେଦନ କରିଥିଲେ। କିନ୍ତୁ ସେହି ଆବେଦନକୁ ଦେବାଳିଆ ମାମଲାର ଶୁଣାଣି କରୁଥିବା ଅଦାଲତ ଖାରଜ କରିଦେଇଛନ୍ତି। ଏହି ମାମଲାରେ ନିରବ ମୋଦୀଙ୍କ ଅନ୍ୟ ଦୁଇ ସହଯୋଗୀ ହେଲେ ମିହିର ବନସାଲି ଏବଂ ଅଜୟ ଗାନ୍ଧି। ସେମାନଙ୍କ ବିରୋଧରେ ୩ ଆମେରିକୀୟ କମ୍ପାନି ପକ୍ଷରୁ କୋର୍ଟ ଦ୍ବାରା ରିଚାର୍ଡ ଲେବିନ୍ ଟ୍ରଷ୍ଟି ନିଯୁକ୍ତ ହୋଇଥିଲେ। ସେହି ଆମେରିକୀୟ କମ୍ପାନି ଗୁଡ଼ିକ ହେଲେ ଫାୟାରଷ୍ଟାର୍ ଡାଇମଣ୍ଡ, ଫାଣ୍ଟାସି ଇଙ୍କ ଏବଂ ଏ ଜୈଫ। ଏହି ତିନି କଂପାନିରେ ପୂର୍ବରୁ ନିରବଙ୍କ ମାଲିକାନା ରହିଥିଲା। ନିରବ ଓ ତାଙ୍କ ସହଯୋଗୀଙ୍କ ଯୋଗୁଁ ଋଣ ପ୍ରଦାନକାରୀ ସଂସ୍ଥା କ୍ଷତି ସହିଥିବାରୁ ଏ ବାବଦରେ ଅତିକମ୍ରେ ୧.୫ ନିୟୁତ ଡଲାର କ୍ଷତିପୂରଣ ଦେବାକୁ ଲେଭିନ ଆବେଦନ କରିଛନ୍ତି।
ନିରବ ମୋଦୀଙ୍କୁ ଆମେରିକା ଅଦାଲତର ଝଟ୍କା
/sambad/media/post_attachments/wp-content/uploads/2019/06/niravmodi.jpg)
Advertisment
Sambad is now on WhatsApp
Join and get latest news updates delivered to you via WhatsApp
/sambad/media/agency_attachments/2024-07-24t043029592z-sambad-original.webp)