ଲଣ୍ଡନ: ଭାରତରେ ୧୪ ହଜାରରୁ ଅଧିକ କୋଟି ଟଙ୍କାର ଋଣ ଠକେଇ କରି ବ୍ରିଟେନ୍ ଚାଲିଯାଇଥିବା ହୀରା ବ୍ୟବସାୟୀ ନିରବ ମୋଦୀ ପ୍ରତ୍ୟର୍ପଣ ମାମଲାର ଶୁଣାଣି ପାଇଁ ବ୍ରିଟେନର ଏକ କୋର୍ଟରେ ହାଜର ହେବେ। ଗତ ମାର୍ଚ ୧୯ରେ ନିରବଙ୍କୁ ସ୍କଟଲ୍ୟାଣ୍ଡ ୟାର୍ଡ ପୁଲିସ ଗିରଫ କରିଥିଲା। ସେହିଦିନ ଠାରୁ ତାଙ୍କୁ ୱାଣ୍ଡସ୍ୱର୍ଥ ଜେଲ୍ରେ ରଖାଯାଇଛି। ଏହା ପରେ ସେ ତିନି ତିନ ଥର ଜାମିନ ପାଇଁ ଆବେଦନ କରିଥିଲେ ମଧ୍ୟ ସବୁ ଥର ତାଙ୍କ ଆବେଦନ ଖାରଜ ହୋଇଯାଇଛି। ଏକ ବ୍ୟାଙ୍କରେ ଖାତା ଖୋଲିବାକୁ ଯାଇଥିବା ବେଳେ ନିରବଙ୍କୁ ଗିରଫ କରାଯାଇଥିଲା। ନିରବଙ୍କ ମାମଲାର ଶୁଣାଣି ବେଳେ ୱେଷ୍ଟମିନିଷ୍ଟର ମାଜିଷ୍ଟ୍ରେଟ୍ଙ୍କ କୋର୍ଟର ବିଚାରପତି ଏମା ଆରବଥନଟ୍ କହିଥିଲେ ଯେ, ଯାହା ଜଣାପଡ଼ୁଛି ପିଏନ୍ବି ଠକେଇ ଦ୍ବାରା ଲାଭବାନ ହୋଇଥିବା ପ୍ରମୁଖ ବ୍ୟକ୍ତି ହେଉଛନ୍ତି ନିରବ। ସାକ୍ଷୀମାନଙ୍କୁ ପ୍ରଭାବିତ କରିବାକୁ ପ୍ରୟାସ କରିବା, ସର୍ଭର ଏବଂ ମୋବାଇଲ୍ ଫୋନ୍ ନଷ୍ଟ କରିବା ଏବଂ ସମାଜ ସହିତ କୌଣସି ସମ୍ପର୍କ ନରଖିବା ଭଳି ଅଭିଯୋଗ ନିରବଙ୍କ ବିରୋଧରେ ରହିଛି। ଏଭଳି ପରିସ୍ଥିତିରେ ତାଙ୍କୁ ଜାମିନ ପ୍ରଦାନ କରିବା ଠିକ୍ ହେବ ନାହିଁ।୨୦୧୭ ପରେ ଖୁବ୍ କମ୍ ସମୟ ପାଇଁ ନିରବ ଲଣ୍ଡନରେ ବସବାସ କରିବାକୁ ଆସିଥିଲେ। ସେଠାରେ ସ୍ଥାନୀୟ ଲୋକମାନଙ୍କ ସହିତ ସେ କୌଣସି ସମ୍ପର୍କ ରଖୁନଥିଲେ। ଭାରତ ଠାରୁ ଆରମ୍ଭ କରି ଇଜିପ୍ଟ ପର୍ଯ୍ୟନ୍ତ ବିଭିନ୍ନ ଦେଶରେ ଥିବା ସାକ୍ଷୀମାନଙ୍କୁ ନିରବ ପ୍ରଭାବିତ କରିବାକୁ ପ୍ରୟାସ କରିଥିଲେ। ଏସବୁ ବିଷୟ ଜାଣିବା ପରେ ନିରବଙ୍କୁ ଜାମିନ ଦେବାକୁ କୋର୍ଟ ଚାହୁନାହାନ୍ତି।
ବ୍ରିଟେନ ଅଦାଲତରେ ହାଜର ହେବେ ନିରବ
/sambad/media/post_attachments/wp-content/uploads/2019/05/nirav-modi-f.jpg)
Advertisment
Sambad is now on WhatsApp
Join and get latest news updates delivered to you via WhatsApp
/sambad/media/agency_attachments/2024-07-24t043029592z-sambad-original.webp)