ନୂଆଦିଲ୍ଲୀ: ପଳାତକ ହୀରା ବ୍ୟବସାୟୀ ନିରବ ମୋଦୀଙ୍କ ଭାଇ ନେହାଲ ମୋଦୀ ଆମେରିକାରେ ଗିରଫ ହୋଇଛନ୍ତି। କେନ୍ଦ୍ରୀୟ ତଦନ୍ତକାରୀ ସଂସ୍ଥା ସିବିଆଇ ଏବଂ ଇଡି (ପ୍ରବର୍ତ୍ତନ ନିର୍ଦ୍ଦେଶାଳୟ)ର ପ୍ରତ୍ୟର୍ପଣ ଅନୁରୋଧ କ୍ରମେ ନେହାଲ ମୋଦୀଙ୍କୁ ଆମେରିକାରେ ଗିରଫ କରାଯାଇଛି। ୧୪ ହଜାର କୋଟି ଟଙ୍କାର ପିଏନ୍ବି ଜାଲିଆତି ମାମଲାରେ ଏହି ଗିରଫ ଗୁରୁତ୍ବପୂର୍ଣ୍ଣ । ମିଳିଥିବା ସୂଚନାନୁଯାୟୀ ନିରବ ମୋଦୀଙ୍କ ଭାଇ ନେହାଲ ମୋଦୀ ଜୁଲାଇ ୪ ତାରିଖରେ ଗିରଫ ହୋଇଥିବା ନେଇ ଆମେରିକା ନ୍ୟାୟ ବିଭାଗ ପକ୍ଷରୁ ଭାରତୀୟ କର୍ତ୍ତୃପକ୍ଷଙ୍କୁ ଅବଗତ କରାଯାଇଛି।
ପିଏନ୍ବି ଜାଲିଆତି ମାମଲାରେ ନେହାଲ ମୋଦୀ ଭାରତରେ ୱାଣ୍ଟେଡ୍ ଥିଲେ। ସିବିଆଇ ଏବଂ ଇଡି ତଦନ୍ତରୁ ଜଣାପଡ଼ିଛି ଯେ ନେହାଲ ମୋଦୀ ତାଙ୍କ ପଳାତକ ଭାଇ ନିରବ ମୋଦୀଙ୍କ ପକ୍ଷରୁ ଏହି ଅପରାଧରେ ଏକ ଗୁରୁତ୍ବପୂର୍ଣ୍ଣ ଭୂମିକାରେ ଥିଲେ। ପୂର୍ବରୁ ଏହି ମାମଲାରେ ନିରବ ମୋଦୀ ଗିରଫ ହୋଇ ସାରିଛନ୍ତି। ସେ ଏବେ ଲଣ୍ଡନ ଜେଲ୍ରେ ରହିଛନ୍ତି।