ଲଣ୍ଡନ : ପଂଜାବ ନ୍ୟାସନାଲ ବ୍ୟାଙ୍କକୁ ପ୍ରାୟ ୧୪ ହଜାର କୋଟି ଟଙ୍କା ଠକିଥିବା ହୀରା ଗହଣା ବ୍ୟବସାୟୀ ନିରବ ମୋଦୀଙ୍କ ପ୍ରତ୍ୟର୍ପଣ ମାମଲାର ଶୁଣାଣି ଆସନ୍ତାମାସ ୧୧ ତାରିଖରୁ ଆରମ୍ଭ ହେବ। ୫ ଦିନ ପର୍ଯ୍ୟନ୍ତ ଏହି ମାମଲାର ଶୁଣାଣି ହେବ। ତେବେ କରୋନା ପାର୍ଇ ଲକ୍ଡାଉନ୍ ଏବଂ ସାମାଜିକ ଦୂରତା ନିୟମ ଏବେ ପାଳନ ହେଉଥିବାରୁ ମାମଲାର କିଛିଦିନ ଶୁଣାଣି ଭିଡିଓ କନଫରେନ୍ସିଂ ଜରିଆରେ ମଧ୍ୟ ହେବାର ସମ୍ଭାବନା ରହିଛି। ପିଏନ୍ବିରୁ ଜାଲ୍ ଏଲଓୟୁ ମାଧ୍ୟମରେ ବିପୁଳ ପରିମାଣର ଠକେଇ କରିଥିବା ନିରବ ମୋଦୀଙ୍କୁ ଗତବର୍ଷ ମାର୍ଚ୍ଚ ମାସରେ ଲଣ୍ଡନରେ ଠାବ କରାଯାଇଥିଲା। ୨୦୧୯ ମାର୍ଚ୍ଚରେ ତାଙ୍କୁ ସେଠାରେ ଗିରଫ କରାଯିବା ସହିତ କାରାଗାରରେ ରଖାଯାଇଛି। ଏକାଧିକ ଥର ତାଙ୍କର ଜାମିନ ଶୁଣାଶି ହୋଇଥିଲେ ମଧ୍ୟ ଅଦାଲତ ତାଙ୍କୁ ଏପର୍ଯ୍ୟନ୍ତ ଜାମିନ ମଞ୍ଜୁର କରିନାହାନ୍ତି। ତେବେ ଭାରତକୁ ପ୍ରତ୍ୟର୍ପଣ କରିବା ପାଇଁ ତାଙ୍କୁ ଅନୁରୋଧ କରାଯାଇଛି। ଏହି ମାମଲାର ଶୁଣାଣି ଆସନ୍ତାମାସ ୧୧ ତାରିଖରୁ ଆରମ୍ଭ ହେବ।
ମେ ୧୧ରୁ ନିରବ ମୋଦୀଙ୍କ ପ୍ରତ୍ୟର୍ପଣ ମାମଲାର ଶୁଣାଣି
/sambad/media/post_attachments/wp-content/uploads/2019/04/nirav-modi.jpg)
Advertisment
Sambad is now on WhatsApp
Join and get latest news updates delivered to you via WhatsApp
/sambad/media/agency_attachments/2024-07-24t043029592z-sambad-original.webp)