ନୂଆଦିଲ୍ଲୀ: ପଞ୍ଜାବ ନ୍ୟାସନାଲ୍ ବ୍ୟାଙ୍କରେ ୧୪ ହଜାର କୋଟି ଟଙ୍କାର ଠକେଇ କରି ଦେଶ ଛାଡ଼ି ପଳାଇଥିବା ହୀରା ବ୍ୟବସାୟୀ ନିରବ ମୋଦୀଙ୍କ ହଂକଂରେ ଥିବା ୨୨୫ କୋଟି ଟଙ୍କାର ସମ୍ପତ୍ତିକୁ ପ୍ରବର୍ତ୍ତନ ନିର୍ଦେଶାଳୟ (ଇଡି) ପକ୍ଷରୁ ଜବତ କରାଯାଇଛି। ପିଏନ୍ବି ମାମଲାରେ ବର୍ତ୍ତମାନ ସୁଦ୍ଧା ୪୭୪୪ କୋଟି ଟଙ୍କାର ସମ୍ପତ୍ତି ଜବତ କରାଯାଇସାରିଲାଣି। କିଛି ଦିନ ତଳେ ବିଭିନ୍ନ ସ୍ଥାନରୁ ୬୩୭ କୋଟି ଟଙ୍କାର ସମ୍ପତ୍ତି ଜବତ ହୋଇଥିଲା। ସେଥିରେ ନ୍ୟୁୟର୍କ ଓ ଲଣ୍ଡନରେ ଥିବା ତାଙ୍କ ଘର, ଗହଣା, ବିଦେଶୀ ବ୍ୟାଙ୍କରେ ଥିବା ଖାତା ଓ ମୁମ୍ବାଇର ସମ୍ପତ୍ତି ଥିଲା। ନିରବ ଏବେ କେଉଁଠାରେ ତାହା କେହି ଜାଣିନାହାନ୍ତି।
ହଂକଂରେ ନିରବଙ୍କ ୨୨୫ କୋଟିର ସମ୍ପତ୍ତି ଜବତ
/sambad/media/post_attachments/wp-content/uploads/2018/09/nirav-modi-1.jpg)
Advertisment
Sambad is now on WhatsApp
Join and get latest news updates delivered to you via WhatsApp
/sambad/media/agency_attachments/2024-07-24t043029592z-sambad-original.webp)