ଇମାମି ସିମେଣ୍ଟକୁ  କିଣିବ ନିର୍ମା ଗ୍ରୁପ

ମୁମ୍ବଇ : ଭାରତର ଅଗ୍ରଣୀ ବିଲ୍ଡିଂ ମ୍ୟାଟେରିଆଲ୍ କମ୍ପାନୀ ଏବଂ ନିର୍ମା ଗ୍ରୁପର ଅଂଶ ବିଶେଷ ନୁ୍ଭୋକୋ ଭିଷ୍ଟା କର୍ପୋରେଶନ ଲିମିଟେଡ୍  ଇମାମି ସିମେଣ୍ଟର ଅଧିଗ୍ରହଣ କରିବ । ଏହାଦ୍ୱାରା କମ୍ପାନୀ ବିହାର, ଛତିଶଗଡ଼, ଓଡ଼ିଶା ଏବଂ ପଶ୍ଚିମବଙ୍ଗରେ ୮.୩ ନିୟୁତ ଟନ୍ ସିମେଣ୍ଟ ଉତ୍ପାଦନ କରିବାକୁ ସକ୍ଷମ ହୋଇପାରିବ । ଇମାମି ସିମେଣ୍ଟ ଲିମିଟେଡର ୧୦୦% ଶେୟାର ହୋଲ୍ଡିଂ ଏହା ଅଧିଗ୍ରହଣ କରିଛି । ଏହାର ଉଦ୍ୟୋଗିକ ମୂଲ୍ୟ ୫୫୦୦ କୋଟି ଟଙ୍କା ରହିଛି ।

ଏହି ପ୍ରସ୍ତାବିତ କାରବାରକୁ ଭାରତ ସରକାରଙ୍କ କମ୍ପିଟେଶନ୍ କମିଶନ୍(ସିସିଆଇ)ର ଅନୁମୋଦନ ମଧ୍ୟ ମିଳିଛି । ଇମାମି ସିମେଣ୍ଟ ଲିମିଟେଡର ପ୍ଲାଣ୍ଟ ଛତିଶଗଡ଼ର ରିସଧାଠାରେ ଥିବାବେଳେ ଏହାର ଗ୍ରାଇଣ୍ଡିଂ ୟୁନିଟ୍ ବିହାର, ପଶ୍ଚିମବଙ୍ଗ ଏବଂ ଓଡ଼ିଶାରେ ରହିଛି । ଏହାର ମୋଟ ଉତ୍ପାଦନ କ୍ଷମତା ବାର୍ଷିକ ୮.୩ ନିୟୁତ ଟନ୍ ରହିଛି । ଏହା ସହିତ ଏହାର ଲିଜ୍ ଖଣି ଛତିଶଗଡ଼, ରାଜସ୍ତାନ ଏବଂ ଆନ୍ଧ୍ରପ୍ରଦେଶରେ ରହିଛି । ଏହି ଅଧିଗ୍ରହଣ ଦ୍ୱାରା ନୁ୍ୟଭୋକୋ ଦେଶର ଅଗ୍ରଣୀ ସିମେଂଟ୍ ଉତ୍ପାଦନ କମ୍ପାନୀ ଭାବେ ପୂର୍ବ କ୍ଷେତ୍ରରେ କାର୍ଯ୍ୟ କରିବ । ଏହାଦ୍ୱାରା ପୂର୍ବ, ଉତର ଏବଂ ପଶ୍ଚିମ କ୍ଷେତ୍ରର ମୋଟ ସିମେଣ୍ଟ  ଉତ୍ପାଦନ କ୍ଷମତା ଏହାର ଜୋଜୋବେରା ପ୍ଲାଣ୍ଟର ସମ୍ପ୍ରସାରଣକୁ ମିଶାଇ ବାର୍ଷିକ ୨୩.୫ ନିୟୁତ ଟନରେ ପହଞ୍ଚିବ । ସେହିପରି ଏହାର ରେଡି-ମିକ୍ସ୍ ପ୍ଲାଣ୍ଟ ସଂଖ୍ୟା ୬୦କୁ ବୃଦ୍ଧି ପାଇବ । ପୂର୍ବ କ୍ଷେତ୍ରରେ କମ୍ପାନୀ ସ୍ଲାଗ୍ ସିମେଣ୍ଟ ଉତ୍ପାଦନ କରୁଥିବାବେଳେ ପିପିସି ଏବଂ ଓପିସି ଉତ୍ପାଦରେ ନିଜର ସ୍ଥିତିକୁ ମଧ୍ୟ ସୁଦୃଢ଼ କରିପାରିଛି । ଏହାଦ୍ୱାରା ଏଣିକି ଛତିଶଗଡ଼ରେ କମ୍ପାନୀର ୩ ପରିଚାଳନା କେନ୍ଦ୍ର ରହିବ । ସେହିପରି ରାଜସ୍ତାନ ଏବଂ ପଶ୍ଚିମବଙ୍ଗରେ ୨ଟି ଲେଖାଏଁ ତଥା ବିହାର, ଝାଡ଼ଖଣ୍ଡ, ହରିୟାଣା ଓ ଓଡ଼ିଶାରେ ଗୋଟିଏ କରି କେନ୍ଦ୍ର ରହିବ ।

ସମ୍ବନ୍ଧିତ ଖବର