ନୂଆଦିଲ୍ଲୀ : ଚାପରେ ଥିବା ଖାତାଗୁଡ଼ିକ ଲାଗି ସେପ୍ଟେମ୍ବର ସୁଦ୍ଧା ସମାଧାନ ସ୍କିମ୍ ଆଣିବା ଲାଗି ବ୍ୟାଙ୍କ ଓ ଅଣ ବ୍ୟାଙ୍କିଙ୍ଗ୍ ଆର୍ଥିକ ଅନୁଷ୍ଠାନଗୁଡ଼ିକୁ ଅର୍ଥମନ୍ତ୍ରୀ ନିର୍ମଳା ସୀତାରମଣ କହିଛନ୍ତି। ଆଜି ଏହି ସଂସ୍ଥାର ମୁଖ୍ୟମାନଙ୍କ ସହ ସେ ଆଲୋଚନା କରିଥିଲେ। ଋଣ ଉପରେ ଦିଆଯାଇଥିବା ମୋରାଟୋରିଅମ୍ ସୁବିଧା ହଟିବା ପରେ ଗ୍ରାହକମାନଙ୍କୁ ସୁବିଧା ଯୋଗାଇ ଦେବା ଲାଗି ସେ ବ୍ୟାଙ୍କଗୁଡ଼ିକୁ କହିଛନ୍ତି। କର୍ପୋରେଟ୍, ଏମ୍ଏସ୍ଏମଇ ଓ ଖୁଚୁରା କ୍ଷେତ୍ରର ଋଣକୁ ଥରଟିଏ ପାଇଁ ପୁନର୍ଗଠନ କରିବାକୁ ସ୍କିମ୍ ଅଣାଯିବ ବୋଲି ଭାରତୀୟ ରିଜର୍ଭ ବ୍ୟାଙ୍କ ଗତ ଅଗଷ୍ଟ ୬ରେ ଘୋଷଣା କରିଥିଲେ। ଗ୍ରାହକମାନଙ୍କୁ ଯେଭଳି ଋଣ ଉପରେ ସୁବିଧା ମିଳିପାରିବ ସେଥିପାଇଁ ବ୍ୟବସ୍ଥା କରିବା ଲାଗି କେନ୍ଦ୍ର ଅର୍ଥ ମନ୍ତ୍ରଣାଳୟ ପକ୍ଷରୁ ରିଜର୍ଭ ବ୍ୟାଙ୍କ ସହ ମିଶି କାର୍ଯ୍ୟ ଜାରି ରହିଛି।
ସମାଧାନ ସ୍କିମ୍ ଆଣିବାକୁ ବ୍ୟାଙ୍କଗୁଡ଼ିକୁ କହିଲେ ନିର୍ମଳା
/sambad/media/post_attachments/wp-content/uploads/2020/03/nirmala-sitaraman.jpg)
Advertisment
Sambad is now on WhatsApp
Join and get latest news updates delivered to you via WhatsApp
/sambad/media/agency_attachments/2024-07-24t043029592z-sambad-original.webp)