କୋଲକାତା: କେନ୍ଦ୍ର ଅର୍ଥମନ୍ତ୍ରୀ ନିର୍ମଳା ସୀତାରମଣଙ୍କୁ କାଳ ନାଗୁଣୀ ସହ ତୁଳନା କରିଛନ୍ତି ତୃଣମୂଳ କଂଗ୍ରେସ ସାଂସଦ କଲ୍ୟାଣ ବାନାର୍ଜୀ। ତୈଳ ଦର ବୃଦ୍ଧି ଓ ଟ୍ରେନ୍ର ଘରୋଇକରଣକୁ ବିରୋଧ କରି ବାଙ୍କୁଡ଼ାରେ ଆୟୋଜନ କରାଯାଇଥିବା ଏକ ପ୍ରତିବାଦ ରୢାଲିରେ ଯୋଗ ଦେଇ ସେ ନିର୍ମଳାଙ୍କ ବିରୋଧରେ ଏଭଳି କଟୁ ମନ୍ତବ୍ୟ ଦେଇଛନ୍ତି। ସେ କହିଛନ୍ତି, ଏକ କାଳ ନାଗୁଣୀ ଭଳି ସେ ମଣିଷଙ୍କୁ ମାରୁଛନ୍ତି। ଦେଶର ଅର୍ଥନୀତିକୁ ସେ ଦୁର୍ଗତି ଆଡ଼କୁ ଠେଲି ଦେଇଥିବାରୁ ଦେଶର ଲୋକମାନେ ଜଣକ ପରେ ଜଣେ ମରୁଛନ୍ତି। ସେ ଦୁନିଆର ସବୁଠୁ ନିକୃଷ୍ଟ ଅର୍ଥମନ୍ତ୍ରୀ। ନିର୍ମଳା ତୁରନ୍ତ ଇସ୍ତଫା ଦିଅନ୍ତୁ ବୋଲି ସେ ଦାବି କରିଛନ୍ତି। କଲ୍ୟାଣଙ୍କ ଏଭଳି ମନ୍ତବ୍ୟର କଡ଼ା ବିରୋଧ କରିଛି ବିଜେପି। ତୃଣମୂଳ କଂଗ୍ରେସ ମୁଖ୍ୟ ମମତା ବାନାର୍ଜୀଙ୍କ ନିଜ ଦଳର ନେତାଙ୍କ ଉପରେ ନିୟନ୍ତ୍ରଣ ନାହିଁ। ଦଳରେ ତଳୁ ଉପର ପର୍ଯ୍ୟନ୍ତ ଦୁର୍ନୀତି ମାଡ଼ିଯାଇଛି। ଆଭ୍ୟନ୍ତରୀଣ ଝଗଡ଼ାରେ ସେମାନେ ଛନ୍ଦି ହୋଇପଡ଼ିଛନ୍ତି ଓ ବିଚଳିତ ହୋଇ ଅନେକ ନେତା ଏଭଳି ଅେଶୋଭନୀୟ ମନ୍ତବ୍ୟ ଦେଉଛନ୍ତି ବୋଲି ବିଜେପିର ରାଜ୍ୟ ସଭାପତି ଦିଲ୍ଲୀପ ଘୋଷ କହିଛନ୍ତି।
ନିର୍ମଳା କାଳ ନାଗୁଣୀ: ଟିଏମ୍ସି ସାଂସଦ
/sambad/media/post_attachments/wp-content/uploads/2020/05/nirmala-sitaraman_2.jpg)
Advertisment
Sambad is now on WhatsApp
Join and get latest news updates delivered to you via WhatsApp
/sambad/media/agency_attachments/2024-07-24t043029592z-sambad-original.webp)