ନୂଆଦିଲ୍ଲୀ: କଂପାନି ଟିକସକୁ ପର୍ଯ୍ୟାୟକ୍ରମେ ହ୍ରାସ କରାଯିବ ବୋଲି ଅର୍ଥମନ୍ତ୍ରୀ ନିର୍ମଳା ସୀତାରମଣ କର୍ପୋରେଟ୍ ଜଗତକୁ ଆଶ୍ବାସନା ଦେଇଛନ୍ତି। ସେ କହିଛନ୍ତି ଯେ, ବର୍ଷକୁ ୪୦୦ କୋଟିରୁ ଅଧିକ ଟଙ୍କାର କାରବାର କରୁଥିବା କଂପାନିଗୁଡ଼ିକ ଲାଗି କଂପାନି ଟିକସ ପରିମାଣ ପର୍ଯ୍ୟାୟକ୍ରମେ ୨୫%କୁ ହ୍ରାସ ପାଇବ। ଏହା ସହିତ ଦେଶର ସମ୍ପତ୍ତି ସୃଷ୍ଟିକାରୀଙ୍କୁ ମଧ୍ୟ ସରକାର ସହଯୋଗ ପ୍ରଦାନ କରିବେ। କଂପାନି ଟିକସକୁ ୨୫%କୁ ହ୍ରାସ କରାଯିବ ବୋଲି ଚଳିତ ବର୍ଷ ବଜେଟ୍ରେ ଘୋଷଣା କରାଯାଇଥିଲା। ଗତବର୍ଷ ବଜେଟ୍ରେ ପୂର୍ବତନ ଅର୍ଥମନ୍ତ୍ରୀ ଅରୁଣ ଜେଟ୍ଲି ୨୫୦ କୋଟି ଟଙ୍କା ପର୍ଯ୍ୟନ୍ତ କାରବାର କରୁଥିବା କଂପାନିଗୁଡ଼ିକ ଉପରୁ ଟିକସ ପରିମାଣକୁ ୨୫%କୁ ହ୍ରାସ କରିଥିଲେ। ଉଲ୍ଲେଖଯୋଗ୍ୟ, ଚଳିତ ବର୍ଷ ସ୍ବାଧୀନତା ଦିବସ ଅଭିଭାଷଣରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ କହିଥିଲେ ଯେ, ଦେଶର ସମ୍ପତ୍ତି ସୃଷ୍ଟିକାରୀ ସମ୍ମାନ ପାଇବାର ହକଦାର୍। ସେମାନଙ୍କୁ ସନ୍ଦେହ ଦୃଷ୍ଟିରେ ଦେଖିବା ଅନୁଚିତ। ଯେତେବେଳେ ସମ୍ପତ୍ତି ସୃଷ୍ଟି ହୁଏ, ସେତେବେଳେ ସମ୍ପତ୍ତି ବଣ୍ଟନ ହୁଏ। ସମ୍ପତ୍ତି ସୃଷ୍ଟି କରିବା ନିହାତି ଜରୁରୀ। ପ୍ରଧାନମନ୍ତ୍ରୀଙ୍କ ସେହି କଥାକୁ ଆଜି ନିର୍ମଳା ଦୋହରାଇଛନ୍ତି।
ଟିକସ କମିବା ଆଶ୍ବାସନା ଦେଲେ ନିର୍ମଳା
/sambad/media/post_attachments/wp-content/uploads/2019/07/817024-nirmala-sitharaman-dna.jpg)
Advertisment
Sambad is now on WhatsApp
Join and get latest news updates delivered to you via WhatsApp
/sambad/media/agency_attachments/2024-07-24t043029592z-sambad-original.webp)