ଦୁର୍ନୀତି ପ୍ରତି ମ‌ନମୋହନ ଦୃଷ୍ଟି ଦେଇନଥିଲେ: ନିର୍ମଳା

ନୂଆଦିଲ୍ଲୀ: ଅର୍ଥନୀତିକୁ ନେଇ ପୂର୍ବତନ ପ୍ରଧାନମନ୍ତ୍ରୀ ମନମୋହନ ସିଂହ ଯେଉଁ ମନ୍ତବ୍ୟ ଦେଇଥିଲେ ତାହାର ପ୍ରତିଜବାବ ଦେଇଛନ୍ତି ଅର୍ଥମନ୍ତ୍ରୀ ନିର୍ମଳା ସୀତାରମଣ। ‌ଆମେରିକାରେ ଥିବା ନିର୍ମଳା କହିଛନ୍ତି, ୟୁପିଏ ସରକାରଙ୍କ କେଉଁ ସମୟରେ କ’ଣ ଭୁଲ ହୋଇଥିଲା ତାହା ମନମୋହନ ପ୍ରକାଶ କରନ୍ତୁ। ଏହା ଆଲୋଚନା ପରିସରକୁ ଆସୁ। ୟୁପିଏ ସରକାର ଅମଳରେ ଯେତେବେଳେ ଦୁର୍ନୀତି ବଢ଼ି ଚାଲିଥିଲା ଏବଂ ଶାସନ ସହ ସମ୍ପର୍କ ଥିବା ପୁଞ୍ଜିପତିମାନେ ଋଣ ନେଉଥିଲେ ସେତେବେଳେ ମନମୋହନ ସେଥିପ୍ରତି ଦୃଷ୍ଟି ଦେଇ ନଥିଲେ। ତାଙ୍କ ଦୃଷ୍ଟି ଅନ୍ୟ ଆଡ଼େ ଥିଲା ବୋଲି ନିର୍ମଳା କହିଛନ୍ତି।ଏହି ବାକ୍‌ଯୁକ୍ତ ନିର୍ମଳାଙ୍କ ଠାରୁ ଆରମ୍ଭ ହୋଇଥିଲା। ବ୍ୟାଙ୍କିଙ୍ଗ୍‌ ବ୍ୟବସ୍ଥାର ଦୁର୍ଗତି ଏବଂ ଅର୍ଥନୀତିର ମାନ୍ଦାବସ୍ଥା ଲାଗି ସେ ମନମୋହନ ଏବଂ ରିଜର୍ଭ ବ୍ୟାଙ୍କର ପୂର୍ବତନ ଗଭର୍ଣ୍ଣର ରଘୁରାମ ରାଜନଙ୍କୁ କିଛି ଦିନ ତଳେ ଦାୟୀ କରିଥିଲେ। ଗତକାଲି ମୁମ୍ବାଇ ଠାରେ ଆୟୋଜିତ ଏକ କାର୍ଯ୍ୟକ୍ରମରେ ନିର୍ମଳାଙ୍କ ମନ୍ତବ୍ୟ ଉପରେ ଜବାବ ରଖିଥିଲେ ମନମୋହନ କହିଥିଲେ, ବିରୋଧୀଙ୍କୁ ସମାଲୋଚନା କରିବା ଛାଡ଼ି ଅର୍ଥନୀତିରେ ସୃଷ୍ଟି ହୋଇଥିବା ଅସୁବିଧାକୁ ସରକାର ଦୂର କରନ୍ତୁ। ଆଜି ନିର୍ମଳା ଏହି ସୂଚନା ମଧ୍ୟ ଦେଇଛନ୍ତି ଯେ ଖୁବ୍‌ଶୀଘ୍ର ଆମେରିକା ସହ ବାଣିଜ୍ୟ ବୁଝାମଣା ହେବ।

ସମ୍ବନ୍ଧିତ ଖବର