ଆଜିଠୁ ନିର୍ମଳାଙ୍କ ପ୍ରାକ୍ ବଜେଟ୍ ଆଲୋଚନା

ନୂଆଦିଲ୍ଲୀ : ଆଜି ଠାରୁ କେନ୍ଦ୍ରମନ୍ତ୍ରୀ ନିର୍ମଳା ସୀତାରମଣ ପ୍ରାକ୍‌-ବଜେଟ୍ ଆଲୋଚନା ପ୍ରକ୍ରିୟା ଆରମ୍ଭ କରିବେ। ଏନେଇ ସେ ସୋସିଆଲ୍ ମିଡିଆରେ ସୂଚନା ଦେଇଛନ୍ତି। ବଜେଟ୍ ପ୍ରସ୍ତୁତିର ଏହା ହେଉଛି ଏକ ଗୁରୁତ୍ବପୂର୍ଣ୍ଣ ପ୍ରକ୍ରିୟା। ଏହି ଆଲୋଚନା ବୈଠକ ମାଧ୍ୟମରେ ବଜେଟ୍‌ରୁ ବିଭିନ୍ନ ବର୍ଗ କ’ଣ ଚାହୁଛନ୍ତି ତାହା ଜଣାପଡ଼ିଥାଏ। ସେହି ଅନୁସାରେ କେଉଁ ସବୁ ଦାବିକୁ ବଜେଟ୍‌ରେ ସାମିଲ କରାଯାଇପାରିବ ସେନେଇ ନିଷ୍ପତ୍ତି ନିଆଯାଇଥାଏ। ସୋମବାର ଠାରୁ ନିର୍ମଳା ବିଭିନ୍ନ ଅଂଶୀଦାରଙ୍କ ସହ ଆଲୋଚନା କରିବେ। ପ୍ରଥମ ବୈଠକ ଦେଶର ପ୍ରମୁଖ ଶିଳ୍ପପତିମାନଙ୍କ ସହ ହେବ। ଭର୍ଚୁଆଲ ମାଧ୍ୟମରେ ସକାଳରୁ ଆରମ୍ଭ ହୋଇ ଏହି ବୈଠକ ଅପରାହ୍ନ ପର୍ଯ୍ୟନ୍ତ ଚାଲିବ। କରୋନା ମହାମାରୀ ଦୃଷ୍ଟିରୁ ୨୦୨୧-୨୨ ଆର୍ଥିକ ବର୍ଷର ବଜେଟ୍ ବେଶ ଗୁରୁତ୍ବପୂର୍ଣ୍ଣ। ଅର୍ଥନୀତିର ଗତି ବଢ଼ାଇବା ଲାଗି ବ୍ୟୟଭାର ବଢ଼ାଇବା ଜରୁରୀ ହୋଇପଡ଼ିଛି।

ସମ୍ବନ୍ଧିତ ଖବର