ନୂଆଦିଲ୍ଲୀ: ବିଦେଶୀ ନିବେଶକମାନେ ନିବେଶ କରିବାକୁ ଆଗ୍ରହ ପ୍ରକାଶ କରୁଛନ୍ତି। ଅଥଚ ଭାରତୀୟ ଶିଳ୍ପସଂସ୍ଥାଗୁଡ଼ିକ ଆଗ୍ରହ ଦେଖାଉନାହାନ୍ତି। ମାନୁଫାକ୍ଚରିଂରେ କାହିଁକି ନିବେଶ କରୁନାହିଁ। ଏଥିରୁ କାହିଁକି ଦୂରେଇ ରହୁଛ ବୋଲି ଆଜି ଅର୍ଥମନ୍ତ୍ରୀ ନିର୍ମଳା ସୀତାରମଣ ଭାରତୀୟ ଶିଳ୍ପ ସଂସ୍ଥାଗୁଡ଼ିକୁ ପ୍ରଶ୍ନ କରିଛନ୍ତି। ସେ କହିଲେ, ବିଦେଶୀ ନିବେଶକମାନଙ୍କ ଭାରତ ଉପରେ ବିଶ୍ବାସ ରହିଛି। ଏହା ଭାରତର ସମୟ ବୋଲି ସେମାନେ ଜାଣିଛନ୍ତି। ପ୍ରତ୍ୟକ୍ଷ ବୈଦେଶିକ ପୁଞ୍ଜିନିବେଶ (ଏଫ୍ଡିଆଇ), ବୈଦେଶିକ ପୋର୍ଟଫୋଲିଓ ନିବେଶ (ଏଫ୍ପିଆଇ) ଓ ଷ୍ଟକ ବଜାରରେ ନିବେଶକମାନଙ୍କ ବିଶ୍ବାସରେ ତାହା ସ୍ପଷ୍ଟ ପ୍ରତିଫଳିତ ହୋଇଛି। ଆପଣମାନେ ନିବେଶ କରିବାକୁ କାହିଁକି କୁଣ୍ଠା ପ୍ରକାଶ କରୁଛନ୍ତି। ଶିଳ୍ପ ସଂସ୍ଥାଙ୍କୁ ଆଣିବା ଲାଗି ଆମେ ସବୁ କିଛି ପଦକ୍ଷେପ ଗ୍ରହଣ କରିବୁ। ଆପଣମାନେ କାହିଁକି ନିବେଶଠାରୁ ଦୂରେଇ ରହୁଛନ୍ତି? ମୁଁ ଆପଣମାନଙ୍କଠାରୁ ତାହା ଜାଣିବାକୁ ଚାହୁଛି ବୋଲି ନିର୍ମଳା ଶିଳ୍ପ ଜଗତକୁ କହିଛନ୍ତି। ଏହି ଅବସରରେ ସେ ହନୁମାନଙ୍କ ଉଦାହରଣ ଦେଇଛନ୍ତି। ଅର୍ଥମନ୍ତ୍ରୀ ଶ୍ରୀମତୀ ସୀତାରମଣ କହିଛନ୍ତି ଯେ ଏହା ହେଉଛି ହନୁମାନଙ୍କ ଭଳି କଥା। ଆପଣମାନେ ନିଜର ଦକ୍ଷତା ଓ ଦୃଢ଼ତା ଉପରେ ବିଶ୍ବାସ କରୁନାହାନ୍ତି। କେହି ଜଣେ ପାଖରେ ଠିଆ ହୋଇ ଆପଣ ହନୁମାନ, ଆପଣ ପାରିବେ କହିବାକୁ ପଡ଼ିବ। ହନୁମାନଙ୍କୁ ତାହା କିଏ କହିବ? ସେହି କାମ ସରକାର କରିବେ ବୋଲି ସେ କହିଛନ୍ତି।
ଶିଳ୍ପ ଜଗତକୁ ନିର୍ମଳାଙ୍କ ପ୍ରଶ୍ନ: ମାନୁଫାକ୍ଚରିଂରେ କାହିଁକି ନିବେଶ କରୁନ?
/sambad/media/post_attachments/wp-content/uploads/2021/08/nirmala-sitharaman-1.jpg)
Advertisment
Sambad is now on WhatsApp
Join and get latest news updates delivered to you via WhatsApp
/sambad/media/agency_attachments/2024-07-24t043029592z-sambad-original.webp)