କୋଲକାତା: ଆଇସିସି ବିଶ୍ବକପ୍ ୨୦୧୯ର କାର୍ ଅଫିସିଆଲ୍ କାର୍ ପାର୍ଟନର୍ ହେଉଛି ନିସାନ୍। କଂପାନି ପକ୍ଷରୁ ବିଶ୍ବକପ୍ ଟ୍ରଫିକୁ କୋଲକାତାର ମୋହନ ମୋଟର୍ସରେ ପ୍ରଦର୍ଶନ କରାଯାଇଛି। ଏଥି ସହିତ କଂପାନିର ନୂଆ ଏସ୍ୟୁଭି କିକ୍ସକୁ ମଧ୍ୟ ପ୍ରଦର୍ଶନ କରାଯାଇଛି। ନୂଆ ନିସାନ୍ କିକ୍ସ ହେଉଛି ବିଶ୍ବକପ୍ର ଅଫିସିଆଲ୍ କାର୍। ଏହି ଅବସରରେ କ୍ରୀଡ଼ା ପ୍ରେମୀମାନେ ମୋହନ ମୋଟର୍ସରେ ଉଭୟ କିକ୍ସ ଓ ବିଶ୍ବକପ୍ ଟ୍ରଫି ଦେଖିବାକୁ ଭିଡ଼ ଜମାଇଥିଲେ। ଅନ୍ୟମାନଙ୍କ ମଧ୍ୟରେ ମୋହନ ମୋଟର୍ସର ଡିଲର୍ ପ୍ରିନ୍ସିପାଲ୍ ସନ୍ଦୀପ ବଜାଜ ଓ ବଙ୍ଗଳା ଅଭିନେତା କାଞ୍ଚନ ମଲ୍ଲିକ ଉପସ୍ଥିତ ଥିଲେ।
ନିସାନ୍ ଡିଲର୍ସିପ୍ରେ ଆଇସିସି ବିଶ୍ବକପ୍ ଟ୍ରଫି
/sambad/media/post_attachments/wp-content/uploads/2018/12/terrano-rnissan.jpg)
Advertisment
Sambad is now on WhatsApp
Join and get latest news updates delivered to you via WhatsApp
/sambad/media/agency_attachments/2024-07-24t043029592z-sambad-original.webp)