ଆସୁଛି ଏହି କାର, ଅନ୍ଧାର ସମୟରେ ବି ଘରେ ଜଳିବ ଆଲୁଅ

ନୂଆଦିଲ୍ଲୀ: ଆଗାମୀ କିଛି ବର୍ଷ ମଧ୍ୟରେ ବଜାରରେ ଆକର୍ଷଣର କେନ୍ଦ୍ରବିନ୍ଦୁ ପାଲଟିବ ଇଲେକ୍ଟ୍ରିକ୍ କାର୍ । କାରଣ ଲଗାତାର ବଢୁଥିବା ବାୟୁ ପ୍ରଦୂଷଣକୁ ଆଖି ଆଗରେ ରଖି ଏବେ ନେକ୍ସଟ୍ ଜେନେରେସନ୍ କାର୍ ଅର୍ଥାତ୍ ଇ-କାର୍ ଉପରେ ଜୋର ଦେଉଛନ୍ତି କାର୍ ନିର୍ମାଣକାରୀ କମ୍ପାନୀ । ୨୦୨୦ରେ ହେବାକୁ ଥିବା ଅଟୋ ଏକ୍ସ-ପୋରେ ବିଭିନ୍ନ କମ୍ପାନୀ ସେମାନଙ୍କର ଇ-କାରର ମଡେଲ ପ୍ରଦର୍ଶିତ କରିବା ନେଇ ମଧ୍ୟ ଆଲୋଚନା ହେଉଛି । କିନ୍ତୁ ଏସବୁ ଭିତରେ ଗୁରୁତ୍ୱପୂର୍ଣ୍ଣ କଥା ହେଉଛି ବିଶ୍ୱରେ ସବୁଠୁ ଅଧିକ ବିକ୍ରି ହେଉଥିବା ଇଲେକ୍ଟ୍ରିକ୍ କାର୍ ନିଶାନ୍ ଲିଫ୍ ଆସନ୍ତା ବର୍ଷ ଭାରତରେ ଲଂଚ ହେବା ନେଇ ମଧ୍ୟ ସୂଚନା ରହିଛି ।

ଏହି କାର ଇ-ଭର୍ସନର ହେବା ସହିତ ଏହାର ଆଉ ଏକ ଗୁରୁତ୍ୱ ମଧ୍ୟ ରହିଛି । ନିଶା୍ନର ଏହି ଇ-କାର୍ ଆପଣଙ୍କ ଘରକୁ ବି ଆଲୋକିତ କରିପାରିବ । କାରରେ ରହିଥିବା ୪୦କିଲୋୱଟର ବ୍ୟାଟେରୀ ଗୋଟିଏ ଘରକୁ ଆଲୋକିତ କରିବାର କ୍ଷମତା ରଖୁଥିବା କମ୍ପାନୀ ପକ୍ଷରୁ କୁହାଯାଇଛି । ଏଥିସହ କୁହାଯାଇଛି ଯେ ଏହି କାର୍ ଏକ ପାୱାରହାଉସ୍ । କମ୍ପାନୀର ଜଣେ ଅଧିକାରୀ ରୁସୁକେ ହୟାସୀଙ୍କ ସୂଚନା ମୁତାବକ ମାର୍ଚ୍ଚ ୨୦୧୧ରେ ଜାପାନରେ ଆସିଥିବା ଭୂକମ୍ପ ଏବଂ ସୁନାମୀ ସମୟରେ, ପାଖାପାଖି ୪୮ଲକ୍ଷ ଘରେ ବିଜୁଳି ସଂଯୋଗ ନ ଥିଲା ।

ସେହି ସମୟରେ ପାଖାପାଖି ୬୬ଟି ନିସାନ୍ ଲିଫ୍ କାର୍ ଯୋଗେ ଏହି ସବୁ ଘରମାନଙ୍କୁ ବିଜୁଳି ସଂଯୋଗ କରିଥିଲା । ସେଥିପାଇଁ ଏହି କାରକୁ ପାୱାରହାଉସ୍ ବୋଲି କୁହାଯାଏ । ତେବେ ୬୩କିଲୋୱାଟ୍ ବ୍ୟାଟେରି ସମ୍ପନ୍ନ ଏହି କାର୍ ନର୍ମାଲ ଚାର୍ଜିଂ ପାଇଁ ୮ରୁ ୧୬ଘଂଟା ସମୟ ଲାଗିଥାଏ ଏବଂ ଥରକେ ଚାର୍ଜରେ ୪ଶହ କିଲୋମିଟର ଯାଏଁ ଏହି ଚାଲିବାର କ୍ଷମତା ରଖୁଛି । ସେହିପରି ଫାଷ୍ଟ ଚାର୍ଜିଂରେ ମାତ୍ର ୪୦ମିନିଟ ମଧ୍ୟରେ ୮୦ପ୍ରତିଶତ ଚାର୍ଜ ହୋଇପାରିବ । ତେବେ ସେକେଣ୍ଡ ଜେନେରେସନ୍ ନିଶାନ୍ ଲିଫର ଦାମ୍ ୩୦ରୁ ୩୫ଲକ୍ଷ ଟଙ୍କା ମଧ୍ୟରେ ହେବା ଅନୁମାନ କରାଯାଉଛି ।

ସମ୍ବନ୍ଧିତ ଖବର