ମୁମ୍ବାଇ: ଜଣେ ଭାରତୀୟ ମହିଳା ଉଦ୍ୟୋଗୀ ତଥା ଭାରତର ସବୁଠାରୁ ଧନୀ ବ୍ୟକ୍ତି ମୁକେଶ ଅମ୍ବାନୀଙ୍କ ପତ୍ନୀ ନୀତା ଅମ୍ବାନୀ ଯେକୌଣସି କାର୍ଯ୍ୟକ୍ରମ ହେଉ ଖୁବ ସୁନ୍ଦର ଓ ସ୍ବତନ୍ତ୍ର ଭାବେ ସଜେଇ ହୋଇଥାଆନ୍ତି। ନିକଟରେ ତାଙ୍କ ସାନ ପୁଅ ଅନନ୍ତଙ୍କ ବିବାହ ଥିଲା ଏହି କାର୍ଯ୍ୟକ୍ରମରେ ସେ ପୁଣି କେମିତି ସଜେଇ ନହେବେ ଯେ...

Advertisment

ଅନନ୍ତ ଅମ୍ବାନୀ ଓ ରାଧିକା ମର୍ଚ୍ଚାଣ୍ଟଙ୍କ ବିବାହ ପୂର୍ବରୁ ଆୟୋଜିତ ହୋଇଥିବା କାର୍ଯ୍ୟକ୍ରମରୁ ଆରମ୍ଭ କରି ବିବାହ ସମୟ ଓ ତା’ ପରର କାର୍ଯ୍ୟକ୍ରମରେ ନୀତା ଅମ୍ବାନୀଙ୍କ ବେଶଭୁଷା ଖୁବ ଆକର୍ଷୀୟ ଥିଲା। ବିଶେଷ ଭାବେ ବିବାହ ପରେ ପୁଅ ଓ ବୋହୂଙ୍କ ପାଇଁ ଆୟୋଜିତ ହୋଇଥିବା ଶୁଭ ଆଶୀର୍ବାଦ କାର୍ଯ୍ୟକ୍ରମରେ ନୀତା ପିନ୍ଧିଥିବା ଶାଢ଼ି ସହିତ ବ୍ଲାଉଜ ଖୁବ ଆକର୍ଷଣୀୟ ଥିଲା।

କାରଣ ନୀତା ପିନ୍ଧିଥିବା ବ୍ଲାଉଜର ପଛପାର୍ଶ୍ବରେ ତାଙ୍କ ସନ୍ତାନ ଆକାଶ, ଇଶା ଓ ଅନନ୍ତଙ୍କ ନାମ ସହିତ ନାତି ଓ ନାତୁଣୀଙ୍କ ନାମ ଲେଖାହୋଇଥିଲା।

ନିକଟରେ ନୀତାଙ୍କ ଏକ ଭିଡିଓ ଭାଇରାଲ ହୋଇଛି। ଯେଉଁଥିରେ ସେ ହାତ ଯୋଡ଼ି କହିଛନ୍ତି ଯେ ‘ମୋର ଅନନ୍ତ ଓ ରାଧିକାଙ୍କ ବିବାହ ଉତ୍ସବରେ ଆପଣମାନେ ସାମିଲ ହୋଇଥିବାରୁ ଏବଂ ଏତେଦିନ ଧରି ସମସ୍ତ କାର୍ଯ୍ୟକ୍ରମରେ ସହଯୋଗ କରିଥିବାରୁ ଧନ୍ୟବାଦ । ଏହା ବିବାହ ଘର ହୋଇଥିବାରୁ ଯଦି କିଛି ଭୁଲ ହୋଇଯାଇଥିବ ତେବେ କ୍ଷମା କରିଦେବେ । ’