ହାଇଦ୍ରାବାଦ : ପୂର୍ବତନ କେନ୍ଦ୍ରମନ୍ତ୍ରୀ ସୁରେଶ ପ୍ରଭୁ ଏକାଦଶ ଏନ୍ ଜେ ଯଶସ୍ବୀ ସ୍ମାରକୀ ବକ୍ତୃତା ପ୍ରଦାନ କରିଛନ୍ତି। ସେ କହିଲେ, ଭାରତ ଏକ ପାଞ୍ଚ ଟ୍ରିଲିଅନ ଡଲାର ଅର୍ଥନୀତିରେ ପରିଣତ ହେବାକୁ ଯାଉଥିବା ବେଳେ ଭବିଷ୍ୟତରେ ଭାରତ ଶିକ୍ଷାର ଏକ ରପ୍ତାନିକାରୀ ହୋଇପାରିବ। ଆଇସିଏଫ୍‌ଏଆଇ ଫାଉଣ୍ଡେସନ ଫର ହାୟର ଏଜୁକେସନ ପକ୍ଷରୁ ଆୟୋଜିତ ଏହି କାର୍ଯ୍ୟକ୍ରମରେ ଛାତ୍ରଛାତ୍ରୀ ଓ ଷ୍ଟାଫ୍‌ମାନଙ୍କୁ ସମ୍ବୋଧିତ କରି ସେ ଗୁଣାତ୍ମକ ଶିକ୍ଷାର ଗୁରୁତ୍ବ ବିଷୟରେ ଆଲୋଚନା କରିଥିଲେ। ଆଇସିଏଫ୍‌ଏଆଇ ଗ୍ରୁପ୍‌ ଅଫ୍‌ ଏଜୁକେସନାଲ୍ ଇନଷ୍ଟିଚ୍ୟୁସନ୍ସର ପ୍ରତିଷ୍ଠାତା ଶ୍ରୀ ଯଶସ୍ବୀଙ୍କ ଅବଦାନଙ୍କୁ ମନେ ପକାଇବା ସହ ସେ ତାଙ୍କୁ ପ୍ରଶଂସା କରିଥିଲେ। ଆଇସିଏଫ୍‌ଏଆଇ ଫାଉଣ୍ଡେସନ ଫର ହାୟର ଏଜୁକେସନର ପରାମର୍ଶଦାତା ଡକ୍ଟର ଜେ ମହେନ୍ଦର ରେଡ୍ଡି ସ୍ବାଗତ ଭାଷଣ ପ୍ରଦାନ କରିଥିବା ବେଳେ କୁଳପତି ଡକ୍ଟର ଏଲ୍‌ ଏସ୍ ଗଣେଶ, ଆଇସିଏଫ୍‌ଏଆଇ ସୋସାଇଟିର ଅଧ୍ୟକ୍ଷା ଶୋଭା ରାଣୀ ଯଶସ୍ବୀ, ଆଇସିଏଫ୍‌ଏଆଇ ଫାଉଣ୍ଡେସନ ଫର ହାୟର ଏଜୁକେସନର ପ୍ରୋ ଭାଇସ୍ ଚାନ୍‌ସେଲର ଡକ୍ଟର ବିଦ୍ୟୁତ ଭଟ୍ଟାଚାର୍ଯ୍ୟ ଏବଂ ଅନ୍ୟ ବରିଷ୍ଠ ଅଧିକାରୀମାନେ ଉପସ୍ଥିତ ଥିଲେ।