ଏନ୍‌ଏଲ୍‌ସି ଏବେ ବଡ଼ ଶକ୍ତି କଂପାନି

ଭୁବନେଶ୍ୱର: ଲିଗ୍‌ନାଇଟ୍‌ ଖଣି କଂପାନି ଭାବେ ପରିଚିତ ଥିବା ଏନ୍‌ଏଲ୍‌ସି ଇଣ୍ଡିଆ ଲିମିଟେଡ୍‌ ଏବେ ନିଜକୁ ଏକ ବଡ଼ ଶକ୍ତି କଂପାନିରେ ପରିଣତ କରିପାରିଛି। ୨୦୧୫ରୁ ୨୦୧୭ ଭିତରେ କଂପାନିର ଶକ୍ତି ଉତ୍ପାଦନ ପରିମାଣ ୬୧% ବଢ଼ିଛି। ଅକ୍ଷୟ ଶକ୍ତି ଉତ୍ପାଦନ କ୍ଷେତ୍ରରେ ମଧ୍ୟ କଂପାନି ବିଶେଷ ସଫଳତା ହାସଲ କରିଛି। ଏହି ସମୟ ଭିତରେ କଂପାନିର କାରବାର ପରିମାଣ ୪୨.୫% ବଢ଼ିଥିବା ବେଳେ ଟିକସ ପରବର୍ତି ଲାଭ ୫୦% ବଢ଼ିଛି। ୨୦୧୭ ମାର୍ଚ ୩୧ରେ କଂପାନି ପକ୍ଷରୁ କେନ୍ଦ୍ର ସରକାରଙ୍କୁ ୪୯୬୫ କୋଟି ଟଙ୍କାର ଅବଦାନ ପ୍ରଦାନ କରାଯାଇଛି। ଏ କ୍ଷେତ୍ରରେ କଂପାନି ୧୩୬% ବୃଦ୍ଧି ହାସଲ କରିଛି। କଂପାନିର ସିଏମ୍‌ଡି ଡକ୍ଟର ଶରତ କୁମାର ଆଚାର୍ଯ୍ୟଙ୍କ ନେତୃତ୍ୱରେ ଏନ୍‌ଏଲ୍‌ସି ଇଣ୍ଡିଆ ସଫଳତାର ନୂତନ ଶିଖରରେ ପହଞ୍ଚିଛି।

ସମ୍ବନ୍ଧିତ ଖବର