ଭିମ୍ ଆପ୍ ତଥ୍ୟ ପ୍ରଘଟ ହୋଇ ନାହିଁ : ଏନସିପିଆଇ

ଭୁବନେଶ୍ୱର: ଭିମ ଆପର କୌଣସି ତଥ୍ୟ ପ୍ରଘଟ ହୋଇନାହିଁ । ତେଣୁ ଜନସାଧାରଣ ଏଭଳି  କୌଣସି ବିଭ୍ରାନ୍ତିକର ପ୍ରଚାରକୁ ବିଶ୍ବାସ ନକରିବା ପାଇଁ ନ୍ୟାସନାଲ ପେମେଣ୍ଟ କର୍ପୋରେସନ ଅଫ ଇଣ୍ଡିଆ (ଏନସିପିଆଇ) ପକ୍ଷରୁ କୁହାଯାଇଛି ।

ଭିମ୍ ଆପ୍ ତଥ୍ୟ ପ୍ରଘଟ ନେଇ ପ୍ରକାଶ ପାଇଥିବା ସମ୍ବାଦ ସଂପର୍କରେ ଏନସିପିଆଇ ପକ୍ଷରୁ ସ୍ୱତନ୍ତ୍ର ଭାବେ ଅନୁସନ୍ଧାନ କରାଯାଇଥିଲା । ଏଥିସହ ଅଗ୍ରଣୀ ଡିଜିଟାଲ ରିସ୍କ ମନିଟରିଂ ଫାର୍ମ ଦ୍ୱାରା ଏହାର ତଦନ୍ତ କରାଯାଇଥିଲା । ଏହି ସଂସ୍ଥା ମଧ୍ୟ ସମ୍ବାଦରେ କୌଣସି ସତ୍ୟତା ନଥିବା କହିଛନ୍ତି । ଫଳରେ ଭିମ ଆପରୁ  କୌଣସି ତଥ୍ୟ ପ୍ରଘଟ ହୋଇନଥିବା ନିଶ୍ଚିତ ।

ଡିଜିଟାଲ ଦେୟ ସଂପର୍କରେ ଗ୍ରାମାଞ୍ଚଳ ଉଦ୍ୟୋଗୀଙ୍କୁ ସାକ୍ଷର ଓ ସକ୍ରିୟ କରିବା ଦିଗରେ ୨୦୧୮ ମସିହାରୁ ସିଏସପି ଇ-ଗଭର୍ଣ୍ଣାନ୍ସ ସର୍ଭିସ ଇଣ୍ଡିଆ ଲିମିଟେଡ଼ କାର୍ଯ୍ୟ କରୁଛି । ମର୍ଚ୍ଚାଣ୍ଟ ଭର୍ଚୁଆଲ ପେମେଣ୍ଟ ଆଡ଼୍ରେସ (ଭିପିଏ) ସୃଷ୍ଟି କରିବା କ୍ଷେତ୍ରରେ ସାକ୍ଷର କରୁଛି । ଅଧିକାଂଶ ଭିପିଏ ବୈଧ ୟୁପିଆଇ ଆଇଡ଼ି ନୁହେଁ ।

ତେବେ ୟୁପିଆଇ ଆଇ ଏକ ଭର୍ଚ୍ଚୁଆଲ ଆଇଡ଼ି ବା ଟୋକନ ଯାହା ବାସ୍ତବ ଆକାଉଣ୍ଟ ବିବରଣୀ ପରିବର୍ତ୍ତେ ସୁବିଧାରେ ବିନିମୟ କରାଯାଇପାରିବ । ଅର୍ଥ ଗ୍ରହଣ ପାଇଁ ୟୁପିଆଇ ଆଇଡ଼ି ବ୍ୟବହାର କରାଯାଇପାରିବ ।

ନିଜର ୟୁପିଆଇ ଆଇଡ଼ି ଦାତାଙ୍କୁ ପ୍ରଦାନ କରି ବ୍ୟକ୍ତି ନିଜ ଆକାଉଣ୍ଟରେ ଟଙ୍କା ଗ୍ରହଣ କରିପାରିବେ । ତେଣୁ ଭିମ ଆପ ରେ ଗ୍ରାହକଙ୍କ ଆର୍ଥିକ ବିବରଣୀ ପ୍ରଘଟ ହେବାର ଗୋଟିଏ ବି ହେଲେ ଦୃଷ୍ଟାନ୍ତ ନାହିଁ । ନିଜର ଭିତ୍ତିଭୂମି ସୁରକ୍ଷିତ ରଖିବା ପାଇଁ କଠୋର ସୁରକ୍ଷା ବ୍ୟବସ୍ଥା ଗ୍ରହଣ କରାଯାଇଥାଏ ବୋଲି ଏନସିପିଆଇ କହିଛି ।

ସମ୍ବନ୍ଧିତ ଖବର