ବ୍ୟକ୍ତିଗତ ବ୍ୟବହାର ପାଇଁ ଘରଭଡ଼ା ନେଲେ ଜିଏସଟି ପଡ଼ିବ ନାହିଁ

ନୂଆଦିଲ୍ଲୀ : ଭଡ଼ା ଘରେ ରହିବା ଲାଗି ଲୋକମାନଙ୍କୁ ୧୮ ପ୍ରତିଶତ ଜିଏସଟି ଦେବାକୁ ପଡ଼ିବ ବୋଲି ହେଉଥିବା କଳ୍ପନା ଜଳ୍ପନାର ଅବସାନ ଘଟାଇଛନ୍ତି କେନ୍ଦ୍ର ସରକାର । ଏପରି କୌଣସି ପ୍ରସ୍ତାବ ନାହିଁ, କେବଳ ବ୍ୟବସାୟ କାର୍ଯ୍ୟ ( ଯେପରିକି ଅଫିସ, ଓ୍ବାର୍କସପ ଇତ୍ୟାଦି) ପାଇଁ ଭଡ଼ା ଘର ନେଲେ ୧୮ ପ୍ରତିଶତ ଜିଏସଟି ନେବାକୁ ପଡ଼ିବ ନାହିଁ ।

ଏ ନେଇ କେତେକ ଗଣମାଧ୍ୟମରେ ପ୍ରକାଶିତ ରିପୋର୍ଟକୁ ଭାରତ ସରକାରଙ୍କ ପକ୍ଷରୁ ଖଣ୍ଡନ କରାଯାଇଛି । କେନ୍ଦ୍ର ସରକାରଙ୍କ ପତ୍ର ସୂଚନା କାର୍ଯ୍ୟାଳୟ (ପିଆଇବି) ପକ୍ଷରୁ ଏହି ଖବରକୁ ଖଣ୍ଡନ କରି କୁହାଯାଇଛି, ଯେ ଜଣେ ବ୍ୟକ୍ତି ବ୍ୟକ୍ତିଗତ ବ୍ୟବହାର ( ନିଜେ ରହିବା, ପରିବାର ସହ ରହିବା) ପାଇଁ ଘର ନେଲେ କୌଣସି ଜିଏସଟି ଦେବାକୁ ପଡ଼ିବ ନାହିଁ । ଏପରିକି କୌଣସି ସଂସ୍ଥାର ପାର୍ଟନର ବା ସ୍ବତ୍ତ୍ବାଧିକାରୀ ବ୍ୟକ୍ତିଗତ ବ୍ୟବହାର ପାଇଁ ଘର ଭଡ଼ା ସୁତ୍ରେ ନେଲେ ତାହା ଉପରେ ଜିଏସଟି ଲାଗୁ ହେବ ନାହିଁ । ତେବେ କୌଣସି ବ୍ୟକ୍ତି ଘରଭଡ଼ା ବ୍ୟବସାୟିକ ଉଦ୍ଦେଶ୍ୟ ପାଇଁ ନେଲେ ଜିଏସଟି ଲାଗୁ ହେବ ।

ଗତ ଜୁଲାଇ ମାସରେ କେତେକ ଅତ୍ୟାବଶ୍ୟକ ସେବା ଓ ସାମଗ୍ରୀ ଉପରେ ଜିଏସଟି ଲାଗୁ ହେବା ପରେ ତାହାକୁ ନେଇ ବିରୋଧୀ ଦଳମାନେ କେନ୍ଦ୍ର ସରକାରଙ୍କୁ ଟାର୍ଗେଟ କରୁଛନ୍ତି । ସଂସଦର ମୌସୁମୀ ଅଧିବେଶନରେ ଏହା ଏକ ବଡ଼ ପ୍ରସଙ୍ଗ ଥିଲା ।

 

ସମ୍ବନ୍ଧିତ ଖବର