ଗତ ୧୧ ଦିନ ହେଲା ବଢିନାହିଁ ପେଟ୍ରୋଲ, ଡିଜେଲ ଦର

ନୂଆଦିଲ୍ଲୀ : ଦେଶରେ ଗତ ୧୧ ଦିନ ହେଲା ପେଟ୍ରୋଲ ଓ ଡିଜେଲ ଦର ଅପରିବର୍ତ୍ତିତ ରହିଛି । ଶେଷଥର ପାଇଁ ଗତ ଫେବ୍ରୁଆରି ୨୭ ତାରିଖରେ ତେଲ କମ୍ପାନିମାନେ ପେଟ୍ରୋଲ ଓ ଡି଼ଜେଲ ଦରବୃଦ୍ଧି କରିଥିଲେ । 

କେତେକ ବିଶ୍ଳେଷକ ଏହାକୁ ୪ଟି ରାଜ୍ୟ ଓ ଗୋଟିଏ କେନ୍ଦ୍ର ଶାସିତ ଅଞ୍ଚଳରେ ହେବାକୁ ଥିବା ନିର୍ବାଚନ ସହ ଯୋଡ଼ି ଦେଖୁଛନ୍ତି । କାରଣ ଫେବ୍ରୁଆରି ୨୬ରେ ଭାରତର ନିର୍ବାଚନ ଆୟୋଗ ନିର୍ବାଚନ ତାରିଖ ଘୋଷଣା କରିଥିଲେ । ତା ପରଦିନ ଅର୍ଥାତ ୨୭ ତାରିଖରେ ଶେଷଥର ପାଇଁ ପେଟ୍ରୋଲ ଓ ଡିଜେଲ ଦର ବଢିଥିଲା । କିନ୍ତୁ ସେହିଦିନଠାରୁ ତେଲ କମ୍ପାନିମାନେ ଦରବୃଦ୍ଧି କରିନାହାନ୍ତି । ଆଶ୍ଚର୍ଯ୍ୟର କଥା ହେଉଛି ଅନ୍ତର୍ଜାତୀୟ ବଜାରରେ ତେଲଦର ବୃଦ୍ଧି ଯୋଗୁଁ ପେଟ୍ରୋଲ ଓ ଡିଜେଲ ଦର ବଢୁଥିବା ସରକାରଙ୍କ ପକ୍ଷରୁ କୁହାଯାଉଥିଲେ ମଧ୍ୟ  ଏହି ୧୧ ଦିନରେ ଅଶୋଧିତ ତେଲ ବଡ଼ ଧରଣର ବୃଦ୍ଧି ଘଟିଛି । ବ୍ରେଣ୍ଟ କ୍ରୁଡ ଅଏଲ ଏବେ ୬୭ ଡଲାରରେ ପହଞ୍ଚିଛି । ମାସ ଆରମ୍ଭରେ ଏହା ୫୦ ଡଲାର ପାଖାପାଖି ଥିଲା । ସାଉଦି ଆରବ ଉପରେ ଆତଙ୍କବାଦୀ ଆକ୍ରମଣପରେ ବିଶ୍ବ ବଜାରରେ ତେଲଦର ହଠାତ ବୃଦ୍ଧି ପାଇଛି ।

ଭୁବନେଶ୍ବରରେ ଏବେ ପେଟ୍ରୋଲ ଲିଟର ପିଛା ଟ.୯୧.୯୦ ଓ ଡିଜେଲ ଟ.୮୮.୭୯ରେ ବିକ୍ରି ହେଉଛି ।

ସମ୍ବନ୍ଧିତ ଖବର