ନୂଆଦିଲ୍ଲୀ: ଡିଜିଟାଲ୍ ପେମେଣ୍ଟ୍ ଉପରେ କୌଣସି ପ୍ରକାର ଶୁଳ୍କ ଲଗାଇବାକୁ ସରକାର ଚାହୁନଥିବା ବେଳେ ଏହି ପ୍ରସଙ୍ଗରେ ମୁହଁ ଖୋଲିଛନ୍ତି ଆକ୍ସିସ୍ ବ୍ୟାଙ୍କର ଏମ୍ଡି ଓ ସିଇଓ ଅମିତାଭ ଚୌଧୁରୀ। ସେ କହିଛନ୍ତି, ପେମେଣ୍ଟ୍ ବ୍ୟବସ୍ଥାକୁ ନେଇ ସରକାରୀ ନିୟମ ଏଭଳି ରହିଛି ଯେ ସେଥିରେ କେହି ଆୟ କରିପାରିବେନି। ସରକାର ଲାଭ କ୍ଷତିର ସୁଯୋଗ ଦେଉନାହାନ୍ତି। ପେମେଣ୍ଟ୍ କ୍ଷେତ୍ରରେ ଦେଶର କୌଣସି ସଂସ୍ଥା ଆୟ କରୁନାହାନ୍ତି। ପେମେଣ୍ଟ୍ ବ୍ୟବସ୍ଥାକୁ ଜାରି ରଖିବା ଲାଗି ଅନ୍ୟ ଉତ୍ସରୁ ଆୟ କରିବାକୁ ପଡ଼ୁଥିବା ସେ କହିଛନ୍ତି। ସେ କହିଲେ, ଦିନକୁ ଦିନ ଦାବି ସଂଖ୍ୟା ବଢ଼ିବାରେ ଲାଗିଛି। ରାଜସ୍ବ ହାସଲ ଓ ଲାଭ କରିବାର କୌଣସି ସୁଯୋଗ ନାହିଁ। ଏଭଳି ସ୍ଥିତିରେ କେବଳ ବଡ଼ ସଂସ୍ଥା ତିଷ୍ଠି ରହିବେ ଓ ଛୋଟ ସଂସ୍ଥାଗୁଡ଼ିକ ସଂଘର୍ଷ କରିବେ ବୋଲି ସେ କହିଛନ୍ତି। କେବଳ ପେମେଣ୍ଟ୍ ନୁହେଁ ଅଗ୍ରାଧିକାର କ୍ଷେତ୍ରର ଋଣ ପାଇଁ ରହିଥିବା ନିୟମକୁ ନେଇ ମଧ୍ୟ ସେ ନିଜ ମତ ରଖିଛନ୍ତି। ସେ କହିଲେ, ନିୟାମକ ସଂସ୍ଥା ବ୍ୟାଙ୍କମାନଙ୍କୁ ବହୁତ କିଛି କାମ କରିବାକୁ କହୁଛନ୍ତି ଯେଉଁଥିରେ ଆୟର କୌଣସି ସୁଯୋଗ ନାହିଁ। ସେକଥାକୁ ସେମାନେ ଭଲ ଭାବେ ଜାଣନ୍ତି। ଆୟ ହେଉନଥିବା କ୍ଷେତ୍ରେରେ କାମ କରିବା ଲାଗି ଅନ୍ୟ ଉତ୍ସରୁ ଆୟ କରିବା ପାଇଁ ଆମକୁ ସୁଯୋଗ ଦେବା ଦରକାର ବୋଲି ସେ କହିଛନ୍ତି।
ପେମେଣ୍ଟ୍ କ୍ଷେତ୍ରରେ କାହାର ଆୟ ହେଉନି: ଆକ୍ସିସ୍ ବ୍ୟାଙ୍କ ଏମ୍ଡି
/sambad/media/post_attachments/wp-content/uploads/2019/04/axis-k0ME-621x414@LiveMint.jpg)
Advertisment
Sambad is now on WhatsApp
Join and get latest news updates delivered to you via WhatsApp
/sambad/media/agency_attachments/2024-07-24t043029592z-sambad-original.webp)