ଜିଓକଏନ ବାହାର କରିବାର କୌଣସି ଯୋଜନା ନାହିଁ : ରିଲାଏନ୍ସ

ମୁମ୍ବାଇ: ଟେଲିକମ କ୍ଷେତ୍ରରେ ବୈପ୍ଲବିକ ପରିବର୍ତ୍ତନ ଆଣିଥିବା ରିଲାଏନ୍ସ ଜିଓ କ୍ରିପ୍ଟୋକରେନ୍ସି କ୍ଷେତ୍ରରେ ପ୍ରବେଶ କରିବ ବୋଲି ମଧ୍ୟ ପ୍ରବେଶ କରିବାକୁ ଯାଉଛି ବୋଲି ଗତ ମାସରେ ବିଭିନ୍ନ ଗଣମାଧ୍ୟରେ ଖବର ପ୍ରକାଶ ପାଇଥିଲା । ରିଲାଏନ୍ସ ପକ୍ଷରୁ ଜିଓକଏନ ନାମରେ ଏକ କ୍ରିପ୍ଟୋକରେନ୍ସି ବାହାର କରାଯିବ ବୋଲି ଏହି ରିପୋର୍ଟରେ କୁହାଯାଇଥିଲା । କିନ୍ତୁ ଏହି ଖବରରେ କୌଣସି ସତ୍ୟତା ନାହିଁ ବୋଲି ରିଲାଏନ୍ସ କମ୍ପାନି ତରଫରୁ ସ୍ପଷ୍ଟ କରିଦିଆଯାଇଛି । କମ୍ପାନିର ଏପରି କୌଣସି ଯୋଜନା ନାହିଁ ବୋଲି ରିଲାଏନ୍ସ ପକ୍ଷରୁ କୁହାଯାଇଛି । କମ୍ପାନି ପକ୍ଷରୁ ଜିଓକଏନ ନାମରେ କୌଣସି ଆପ ନାହିଁ ଓ ଏସବୁ ନାଁରେ ଥିବା ଆପ ପ୍ରତି ସତର୍କ ରହିବାକୁ କମ୍ପାନି ପରାମର୍ଶ ଦେଇଛି ।

ଦେଶବ୍ୟାପୀ କ୍ରିପ୍ଟୋକରନ୍ସିର କାରବାର ବଢିଚାଲିଥିବାବେଳେ କେନ୍ଦ୍ର ସରକାର ଏହାକୁ ବେଆଇନ ଘୋଷଣା କରିଛନ୍ତି ।

ଗତ ମାସରେ ପ୍ରଚାରିତ ହୋଇଥିଲା ଯେ ରିଲାଏନ୍ସ ନିଜର ଏକ କ୍ରିପ୍ଟୋକରେନ୍ସି ବାହାର କରିବାକୁ ଯାଉଛି । ଏହାକୁ ଜିଓକଏନ ବୋଲି କୁହାଯାଉଛି । ମୁକେଶଙ୍କ ପୁଅ ଆକାଶ ଅମ୍ବାନି ଏହି ପ୍ରକଳ୍ପର ମୁଖ୍ୟ ରହିବେ ।
ଆହୁରି ମଧ୍ୟ କୁହାଯାଇଥିଲା ଯେ ଏହି ବ୍ଲକଚେନ ଟେକନଲୋଜୀ ପ୍ରକଳ୍ପରେ ୫୦ ଜଣ ଯୁବ କର୍ମଚାରୀ ରହିବେ ଯେଉଁମାନଙ୍କ ହାରାହାରି ବୟସ ୨୫ ବର୍ଷ ରହିବ । ଏହି ଜିଓ କଏନ ବ୍ୟବହାର କରି ସ୍ମାର୍ଟ କଣ୍ଟ୍ରାକ୍ଟ ଓ ସପ୍ଲାଇ ଚେନ ମ୍ୟାନେଜମେଣ୍ଟ ଲଜିଷ୍ଟିକ୍ସ ପରି ଆପ୍ଲିକେସନର ବିକାଶ କରାଯିବ ।

ସମ୍ବନ୍ଧିତ ଖବର