ନ୍ୟୁୟର୍କ: କରୋନା ପରିପ୍ରେକ୍ଷୀରେ ଭାରତରେ ମେଗା ପ୍ୟାକେଜ୍ ଘୋଷଣା କରିବା ଲାଗି ବିଭିନ୍ନ କ୍ଷେତ୍ରରୁ ଦାବି ଆସୁଛି। ଯେଉଁ ପ୍ୟାକେଜ୍ ଦାବି କରାଯାଉଛି ତାହା ବହୁତ ବଡ଼। କିଛି ବର୍ଗ କରୋନା ପୂର୍ବରୁ ଯେଉଁଭଳି ଜୀବନଯାପନ କରୁଥିଲେ ପ୍ୟାକେଜ୍ ଜରିଆରେ ତା'ଠାରୁ ଉନ୍ନତ ଜୀବନଯାନ ଲାଗି ଏଭଳି ଦାବି କରୁଛନ୍ତି ବୋଲି ନତି ଆୟୋଗର ପୂର୍ବତନ ଉପାଧ୍ୟକ୍ଷ ଅରବିନ୍ଦ ପାନଗାରିଆ କହିଛନ୍ତି। ସେ କହିଛନ୍ତି ଯେ, ସମସ୍ତଙ୍କ ପାଇଁ ଖାଦ୍ୟ, ବସ୍ତ୍ର ଓ ବାସଗୃହ ସୁବିଧା ଉପଲବ୍ଧ କରାଇବା ପର୍ଯ୍ୟନ୍ତ ପ୍ୟାକେଜ୍ ଦେବା ଉଚିତ। ସେହିପରି ବ୍ୟାବସାୟିକ ସଂସ୍ଥାଗୁଡ଼ିକ ପାଇଁ 'କାର୍ଯ୍ୟକାରୀ ପୁଞ୍ଜି' ସହାୟତା ଯୋଗାଇ ଦେବା ପର୍ଯ୍ୟନ୍ତ ପ୍ୟାକେଜ୍ ସୀମିତ ରହିବା ଦରକାର। କେତେକ ସଂସ୍ଥା ସାଧାରଣ ଦିନରେ ମଧ୍ୟ କାରବାର କରିବା ଲାଗି ସଂଘର୍ଷ କରୁଥିଲେ। ସେମାନେ କରୋନା ସମୟରେ ବଞ୍ଚିବା ଲାଗି ପ୍ୟାକେଜ୍ ଆଶା କରୁଛନ୍ତି। ଏହା ସରକାରଙ୍କ ପାଇଁ ସମସ୍ୟା ସୃଷ୍ଟି କରିପାରେ। ସରକାରଙ୍କୁ ମନେ ରଖିବାକୁ ହେବ ଯେ ବର୍ତ୍ତମାନ ଯେଉଁ ସବୁ ଖର୍ଚ୍ଚ ହେଉଛି ତାହାକୁ ଭବିଷ୍ୟତରେ ଟିକସଦାତାଙ୍କ ଜରିଆରେ ପୂରଣ କରାଯିବ କିମ୍ବା ଅଧିକ ଟଙ୍କା ଛପାଇବାକୁ ପଡ଼ିବ। ଅଧିକ ଟଙ୍କା ଛପାଇଲେ ହଠାତ୍ କୌଣସି ସମସ୍ୟା ଦେଖାଦେବ ନାହିଁ। ମାତ୍ର ସ୍ଥିତି ସ୍ବାଭାବିକ ହୋଇଯିବା ପରେ ଲୋକଙ୍କ ପାଖରେ ଯେଉଁ ପୁଳାପୁଳା ଟଙ୍କା ଥିବ ତାହା ମୁଦ୍ରାସ୍ଫୀତିକୁ ବେଲଗାମ କରିବ ବୋଲି ସେ କହିଛନ୍ତି। ଯେ ପର୍ଯ୍ୟନ୍ତ ଟିକା ଉଦ୍ଭାବନ ନହୋଇଛି ସେ ପର୍ଯ୍ୟନ୍ତ କରୋନା ସଂକ୍ରମଣ ଗ୍ରାଫ୍କୁ ସ୍ଥିର ରଖିବାକୁ ହେବ। କାରଣ ସ୍ବାସ୍ଥ୍ୟ ବ୍ୟବସ୍ଥା ଜରୁରୀକାଳୀନ ଅତିରିକ୍ତ ଚାପକୁ ସହ୍ୟ କରିପାରିବ ନାହିଁ। ତାହା ସରକାରଙ୍କ ପାଇଁ ସମସ୍ୟା ସୃଷ୍ଟି କରିବ ବୋଲି ସେ କହିଛନ୍ତି।
ମେଗା ପ୍ୟାକେଜ୍ ଦରକାର ନାହିଁ: ପାନଗାରିୟା
/sambad/media/post_attachments/wp-content/uploads/2020/04/sfhsfh654sfh97sfh987sfh987sfh98sfhfhfhfhfhfhfhfhfhfhfhfhsfhsf.jpg)
Advertisment
Sambad is now on WhatsApp
Join and get latest news updates delivered to you via WhatsApp
/sambad/media/agency_attachments/2024-07-24t043029592z-sambad-original.webp)