ରାତି ୯ଟା ପରେ ଏଟିଏମ୍‌ରେ ଟଙ୍କା ଭର୍ତି ହେବନି

ନୂଆଦିଲ୍ଲୀ: ଏଟିଏମ୍‌ରେ ଟଙ୍କା ଭର୍ତି ସମ୍ପର୍କରେ ଗୃହ ମନ୍ତ୍ରାଳୟ ପକ୍ଷରୁ ନୂଆ ନିର୍ଦେଶନାମା ନିକଟରେ ଜାରି ହୋଇଛି। ଏଥିରେ ଦର୍ଶାଯାଇଛି ସହରାଞ୍ଚଳର କୌଣସି ଏଟିଏମ୍‌ରେ ରାତି ୯ଟା ପରେ ଟଙ୍କା ଭର୍ତି କରାଯିବ ନାହିଁ। ସେହିଭଳି ଟଙ୍କା ନେବାଆଣିବା କରୁଥିବା ଭ୍ୟାନ୍‌ରେ କୌଣସି ପରିସ୍ଥିତିରେ ଥରକରେ ୫ କୋଟିରୁ ଅଧିକ ଟଙ୍କା ନିଆଯାଇ ପାରିବ ନାହିଁ। ଏତଦ୍‌ବ୍ୟତୀତ ଭ୍ୟାନ୍‌ରେ ଟଙ୍କା ନେବାଆଣିବା କାର୍ଯ୍ୟରେ ନିୟୋଜିତ କର୍ମଚାରୀମାନେ ମଧ୍ୟ ଉନ୍ନତମାନର ତାଲିମ ପାଇବା ଆବଶ୍ୟକ। ଗ୍ରାମାଞ୍ଚଳରେ ଥିବା ଏଟିଏମ୍‌ଗୁଡ଼ିକରେ ସଂଧ୍ୟା ୬ଟା ପରେ ଟଙ୍କା ଭର୍ତି କରାଯିବ ନାହିଁ।

ସମ୍ବନ୍ଧିତ ଖବର